ପଟ୍ଟାମୁଣ୍ଡାଇରେ ନାବାଳିକା ପୋଡ଼ି ମାମଲା, ପୁରୁଷ ବନ୍ଧୁ ଗିରଫ

ପଟ୍ଟାମୁଣ୍ଡାଇ (ବଡ଼ ଖବର ବ୍ୟୁରୋ): ପଟ୍ଟାମୁଣ୍ଡାଇରେ ନାବାଳିକା ପୋଡ଼ି ମାମଲା । ବ୍ଲାକମେଲିଂ କରୁଥିବା ଯୁବକ ଗିରଫ ସୂଚନା । ଓଡ଼ିଶା ବାହାରୁ ଯୁବକଙ୍କୁ ଗିରଫ କଲା ପୋଲିସ । ଗିରଫ କଲା କେନ୍ଦ୍ରାପଡ଼ା ପୋଲିସର ଏକ ସ୍ଵତନ୍ତ୍ର ଟିମ୍‌ । ଯୁବକଙ୍କୁ ଧରି କେନ୍ଦ୍ରାପଡ଼ା ଫେରୁଛି ପୋଲିସ ।  ଏହାପରେ ଖୁବଶୀଘ୍ର ଯୁବତୀଙ୍କ ମୃତ୍ୟୁର ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି । ଗତ ଅଗଷ୍ଟ ୬ ତାରିଖରେ ପଟ୍ଟାମୁଣ୍ଡାଇରେ ଜଣେ ଛାତ୍ରୀ ନିଜକୁ ଜାଳି ଆତ୍ମହତ୍ୟା କରିଦେଇଥିଲେ ।

ଏହା ପଛରେ କାହାର ହାତ ଅଛି, କିଏ ପ୍ରକୃତ ଦୋଷୀ ତାକୁ ଆଇନ ଧରିବ । ହେଲେ ଏବେ ମୃତ ଛାତ୍ରୀଙ୍କ ମୋବାଇଲ ପୁଲିସ ଦ୍ୱାରା ସିଜ୍ ହୋଇଥିବାରୁ ଛାତ୍ରୀ ମୃତ୍ୟୁର ରହସ୍ୟ ଖୁବଶୀଘ୍ର ଖୋଲିବ ବୋଲି ଅନୁମାନ କରାଯାଉଛି । ସେପଟେ ପୋଡ଼ିହୋଇ ମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ବାପା ଆଣିଲେ ସାଂଘାତିକ ଅଭିଯୋଗ ।  କହିଲେ , ହାରାସମେଣ୍ଟ୍‌ ହୋଇ ଝିଅ ସୁଇସାଇଡ୍‌ କରିଦେଲା । ମୁଁ ପୁଅର ନାମ ଜାଣି ନାହିଁ, ତାଙ୍କର ବ୍ରେକ୍‌ଅପ୍‌ ହୋଇଯାଇଛି ।  ବାରମ୍ବାର ବ୍ଲାକ୍‌ମେଲ୍‌ କରୁଥିଲା ପୁରୁଷବନ୍ଧୁ । ସୋସିଆଲ ମିଡିଆରେ ଫଟୋ ଛାଡ଼ିବା ସହ କିରାସିନି ପକାଇ ମାରିଦେବାକୁ ଧମକ ଦେଉଥିଲା ।

ଗ୍ରାମାଞ୍ଚଳ ଥାନାରେ ୬ ମାସ ପର୍ବେ ଅଭିଯୋଗ କରିଥିଲୁ କିନ୍ତୁ ପୁଲିସ ଅଭିଯୋଗ ରଖିନଥିଲେ । ଗତକାଲି ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶବ ବ୍ୟବଚ୍ଛେଦ ପରେ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲା ମୃତଦେହ । ପରିବାର ଲୋକଙ୍କ ଦର୍ଶନ ପରେ ଶ୍ମଶାନରେ ହୋଇଛି ଅନ୍ତିମ ସଂସ୍କାର ।  ଛାତ୍ରଙ୍କ ପୁରୁଷ ବନ୍ଧୁ ବ୍ଲାକମେଲ୍ କରୁଥିଲେ ବୋଲି ମୃତ ଛାତ୍ରୀଙ୍କ ବାପା ଯେଉଁ ଅଭିଯୋଗ କରିଥିଲେ, ସେନେଇ ତଦନ୍ତ ଆଗକୁ କେତେ ବଢ଼ିଛି ? ସେପଟେ ଛାତ୍ରୀ ଜଣକ ପୂର୍ବରୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ଏଏସଆଇ ଶୈଳେନ୍ଦ୍ର ପଲାଇ ଫେରାଇ ଦେଇଥିଲେ । ଏସ୍‌ପି କହିଛନ୍ତି, ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପାଇବା ପରେ ତଦନ୍ତ ତ୍ୱରାନ୍ୱିତ ହେବା । ସେପର୍ଯ୍ୟନ୍ତ ଶୈଳେନ୍ଦ୍ର ପଲାଇ ପୋଲିସ ମୁଖ୍ୟାଳୟରେ ରହିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!