Masthead

ଅସହାୟଙ୍କ ବନ୍ଧୁ ମୋହନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅସହାୟଙ୍କୁ ମୋହନଙ୍କ ସହାୟତା । ଲୋକଙ୍କ ସରକାରରେ ଲୋକଙ୍କ ମୁଖ୍ୟମନ୍ତ୍ରୀ । ରହିବନି ଆଉ ରାଜ୍ୟବାସୀଙ୍କ ସମସ୍ୟା । ଦୁଃଖିରଙ୍କିଙ୍କ ଆଖିରୁ ବୋହିବନି ଲୁହ । ଅକାମୀ ପ୍ରକୋଷ୍ଟକୁ କାମରେ ଲଗାଇ ମୋହନ ଶୁଣୁଛନ୍ତି ଲୋକଙ୍କ କଥା । ଲୋକ ଓ ସରକାର ଭିତରେ ଥିବା ପାଚେରିକୁ ଭାଙ୍ଗି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୀର୍ଘ ୨୪ବର୍ଷ ଧରି ବନ୍ଦ ପଡିଥିବା ଅଭିଯୋଗ ପ୍ରକୋଷ୍ଟ ଏବେ ଚଳଚଞ୍ଚଳ ହୋଇଉଠିଛି ।

ଦାୟିତ୍ୱ ନେବା ଦିନଠାରୁ ନିଜର ସରକାରୀ କାର୍ଯ୍ୟକ୍ରମ ସାଙ୍ଗକୁ ଲୋକଙ୍କ ସମସ୍ୟା ଶୁଣି ତାର ସମାଧାନ ପାଇଁ ବସାଉଛନ୍ତି ଦରବାର । ଏହାରି ଭିତରେ ପାଞ୍ଚ ଥର ଗ୍ରୀଭାନ୍ସ ନେଇ ଥିବାବେଳେ ୮୦ପ୍ରତିଶତ ଲୋକଙ୍କ ସମସ୍ୟା ସମାଧାନ ହୋଇଥିବା ଜଣାପଡ଼ିଛି । ଏକା ନୁହେଁ ସାଥିରେ ନିଜର ମନ୍ତ୍ରୀ ପରିଷଦର ସଦସ୍ୟଙ୍କୁ ବି ବସାଇ ଲୋକଙ୍କ ସମସ୍ୟାର ସମାଧାନ କରିବା ଫଳରେ ଜନତା ଖୁସି ଥିବା ଦେଖିବାକୁ ମିଳିଛି । ନବୀନ ଓ ଜନତାଙ୍କ ଭିତରେ ଥିବା ଦୂରତାକୁ ଭେଦ କରିଛନ୍ତି ମୋହନ ।

ସୋମବାରକୁ ସୋମବାର ଅଭିଯୋଗ ପ୍ରକୋଷ୍ଟକୁ ଯାଇ ଲୋକଙ୍କୁ ଭେଟି ଶୁଣୁଛନ୍ତି ଅସହାୟଙ୍କ ଦୁଃଖ । ଯାହାକୁ ନେଇ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ୨୪ବର୍ଷ ଧରି ଲୋକଙ୍କୁ ସମସ୍ୟାରେ ପକାଇବା ଛଡା ପୂର୍ବତନ ସରକାର ଆଉ କିଛି କହିପାରିନାହାନ୍ତି । ଆମ ସରକାର ସମସ୍ୟା ଜାଣିବା ମାତ୍ରେ ସମାଧାନ ଦିଗରେ କାର୍ଯ୍ୟ କରୁଛନ୍ତି । ବର୍ଷବର୍ଷ ଧରି ସାହାରା ଖୋଜିଖୋଜି ବେସାହାର ହୋଇପଡିଥିଲେ ରାଜ୍ୟବାସୀ । ହୁଏତ ଆଜି ତାଙ୍କୁ ମିଳିପାରିଛି ମୋହନ ସାହାରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ପୁରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼