Before Header

ନାଟମଣ୍ଡପ ମରାମତି ପାଇଁ ଏଏସଆଇକୁ ଏନଓସି

0 601

ପୁରୀ(ବଡ଼ ଖବର ବ୍ୟୁରୋ): ଆଜିଠାରୁ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି । ବିଧିବଦ୍ଧ ଭାବେ କାମ ଆରମ୍ଭ କଲା ଏଏସଆଇ । ସକାଳ ୬ରୁ ରାତି ୧୦ ମଧ୍ୟରେ ହେବ କାମ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ନାଟମଣ୍ଡପ ମରାମତି ପାଇଁ ଏଏସଆଇକୁ ଏନଓସି ଦେଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ବୈଠକରେ ଆଜିଠାରୁ ସକାଳ ୬ଟାରୁ ରାତି ୧୦ଟା ଯାଏଁ ମରାମତି କାମ କରିବାକୁ ନିଷ୍ପତ୍ତି ନିଆଯାଇଛି । ମରାମତି ପାଇଁ ଗରୁଡ ସ୍ତମ୍ଭଠାରୁ ନାଟମଣ୍ଡପ ଯାଏଁ ଲୁହାଭାର ବନ୍ଧା ଯିବ । ଏହାପରେ ନାଟମଣ୍ଡପରେ ଫାଟ ଥିବା ବିମକୁ ଯାଞ୍ଚ କରାଯିବ । ବିମ୍ ତଳେ ଲୁହାଭାର ବାନ୍ଧି ଷ୍ଟେଜିଂ କରିବା ପରେ ମରାମତି ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏଏସଆଇର ସ୍ୱତନ୍ତ୍ର ଟେକ୍ନିକାଲ ଟିମ ବିମ୍ ମରାମତି କରିବ । ଯେହେତୁ ଏବେ କାର୍ତିକ ମାସ ଚାଲିଛି ତେଣୁ, ଭକ୍ତଙ୍କ ଦର୍ଶନ ଓ ନୀତିକାନ୍ତିରେ ଯେପରି କୌଣସି ବାଧା ନଉପୁଜିବ ସେଭଳି କାମ ହେବ ।

କାର୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭିଡ ହେଉଥିଲେ ମଧ୍ୟ ତାହା ମଧ୍ୟରେ ସୁବିଧା ଦେଖି ମରାମତି କାର୍ୟ୍ୟ କରିବାକୁ ନିଷ୍ପତି ହୋଇଛି । କେଉଁ ସମୟରେ ମରାମତି ହେବ, ସେନେଇ ମନ୍ଦିର କମାଣ୍ଡରଙ୍କୁ ଦାୟିତ୍ୱ ଦିଆଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଏସଆଇ ବା ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥାକୁ ସହାୟତା ଓ ଗହଳି ନିୟନ୍ତ୍ରଣ ପାଇଁ କମାଣ୍ଡର ଓ ସୁପରଭାଇଜର ରହିବେ । ସେହିପରି ମରାମତି କାମର ତଦାରଖ କରିବେ ଶ୍ରୀମନ୍ଦିର ଟେକ୍ନିକାଲ ଟିମ । ଆସନ୍ତା ୨୪ ତାରିଖରେ ଏଏସଆଇର ବିଶେଷଜ୍ଞ ଦଳ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ସେହି ଅନୁସାରେ ମରାମତି କାର୍ୟ୍ୟ ହେବ ବୋଲି ସୂଚନା ମିଳିଛି । ନାଟମଣ୍ଡପର ଗରୁଡସ୍ତମ୍ଭ ପାଖ ବିମ ସହ ସମସ୍ତ ପକେଟର ମରାମତି କରାଯିବାକୁ ନିଷ୍ପତି ହୋଇଛି । କାର୍ତିକ ମାସ ପରେ ମରାମତି କାର୍ୟ୍ୟକୁ ତ୍ୱରାନ୍ୱିତ କରି ଏଏସଆଇକୁ ସଂପୂର୍ଣ୍ଣ ୬ଘଂଟା ଦେବାକୁ ନିଷ୍ପତି ନେଇଛି ମନ୍ଦିର ପ୍ରଶାସନ । ସେପଟେ ମହାପ୍ରଭୁଙ୍କ ରତ୍ନପଲଙ୍କର ମରାମତି କାମ ମଧ୍ୟ ଆଜିଠୁ ଆରମ୍ଭ ହେବ । ରତ୍ନପଲଙ୍କରେ ଥିବା ହାତୀ ଦାନ୍ତ ମରାମତି କରାଯିବ ।

Leave A Reply

Your email address will not be published.