Masthead

ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) : ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ । ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି । ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ । ୩ଜଣିଆ ଉଚ୍ଚସ୍ତରୀୟ କମିଟି ଗଠିତ । ୭ଦିନରେ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଦୋଷୀଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । କେଉଁ ଅଧିକାରୀ ବା ସଂସ୍ଥା ଦାୟୀ ତଦନ୍ତ ହେବ । ସ୍କୁଲ ଗୁଡିକରେ ବଣ୍ଟନ କରାଯାଇଥିବା ନୂତନ ପୁସ୍ତକରେ ତ୍ରୁଟି ଥିବା ଅଭିଯୋଗକୁ ନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତିି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟ ପୁସ୍ତକରେ ୧୬୭୮ଟି ତ୍ରୁଟି ରହିଛି । ପୁସ୍ତକଙ୍କ ତଥ୍ୟଗତ, ଭାଷାଗତ ତ୍ରୁଟି ଥିବା ନେଇ ଅଭିଭାବକ, ଶିକ୍ଷାବିତ୍ ଓ ବିରୋଧି ଦଳ ପକ୍ଷରୁ ଆପତ୍ତି କରାଯାଇଥିଲା । ବର୍ତ୍ତମାନ ଏହି ପ୍ରସଙ୍ଗ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଗଣଶିକ୍ଷା ସଚିବ, ଓସେପା ନିଦେ୍ର୍ଦଶକ ଉପସ୍ଥିତିରେ ବସିଥିବା ବୈଠକରେ ଏସଆଇଟି ନିର୍ଦ୍ଦେଶକ ମଧ୍ୟ ସାମିଲ ରହିଥିଲେ । କିପରି ଏହି ୧୬୭୮ଟି ତ୍ରୁଟିକୁ ସଂଶୋଧନ କରାଯିବ, କିପରି ଏତେ ସବୁ ତ୍ରୁଟି ହେଲା । ସେପଟେ କାଲିଠାରୁ ସ୍କୁଲ ଆରମ୍ଭ ହେବାକୁ ଯାଉଛି । ୨କୋଟି ୯୮ଲକ୍ଷ ବହି ୪୦ଲକ୍ଷ ପିଲାଙ୍କୁ ପୁସ୍ତକ ବଣ୍ଟନ ମଧ୍ୟ ସରିଛି । ତ୍ରୁଟି କଥା ଉଲ୍ଲେଖ କରିବାକୁ ଗଲେ କେବଳ ଅଷ୍ଟମ ଶ୍ରେଣୀ ବହିରେ ସର୍ବାଧିକ ୭୦୫ଟି ତ୍ରୁଟି ଅଛି ଯେମିତି କି ଓଡିଶା ବିଧାନସଭା ଚିତ୍ର ବଦଳରେ କର୍ଣ୍ଣାଟକ ବିଧାନସଭା ଚିତ୍ର ରଖାଯାଇଛି । ଓଡ଼ିଶାର ନିୟମଗିରିକୁ ଝାରଖଣ୍ଡର ନିୟମଗିରି ଭାବେ ଦର୍ଶାଯାଇଛି । ଡଙ୍ଗରିଆକୁ ଢୋଙ୍ଗରିଆ ଲେଖା ହୋଇଛି । କେଉଁଠି ବନାନ୍ ଭୁଲ ତ ଆଉ କେଉଁଠି ମହାପୁରୁଷଙ୍କ ନାମ ଭୁଲ । ତେବେ ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ‘ଭୁଲ କରିଥିବା ଦୋଷିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ’ା କେଉଁ ସ୍ତରରେ ତ୍ରୁଟି ରହିଛି ଏ ନେଇ କଡା ତଦନ୍ତ କରାଯିବ । ଛାତ୍ରଛାତ୍ରୀଙ୍କ ଶିକ୍ଷା ସହ ଜଡ଼ିତ ବିଷୟରେ କୌଣସି ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ