ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଫ୍ରାନ୍ସରେ ଆୟୋଜିତ ଜି୭ ସମ୍ମିଳନୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଭେଟଘାଟ । ବୁଧବାର ପଶ୍ଚିମ ଏସିଆର ପରିସ୍ଥିତିକୁ ନେଇ ବୈଠକର ଦୃଷ୍ଟି ଆକର୍ଷଣ କରିଥିଲେ ପିଏମ । ହର୍ମୁଜ ପ୍ରଣାଳୀ ମୁକ୍ତ ଏବଂ ଆମେରିକାରୁ ଉର୍ଜା ଆମଦାନି ଭଳି ବିଷୟ ଉପରେ ଚାଲିବ ଆଲୋଚନା । ମଙ୍ଗଳବାର ସମ୍ମିଳନୀ ଏକ ସେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରି କହିଥିଲେ ଯେ, ବିଶ୍ୱରେ ଆଜି ସମ୍ପଦର ଅଭାବ ନାହିଁ , ବରଂ ବିଶ୍ୱାସ ସଙ୍କଟ ସହ ଜଡିତ ହୋଇ ଯାଇଛି । ସମୁଦ୍ର ପଥର ସୁରକ୍ଷା ଉପରେ ଜୋର ଦେଇ କହିଥିଲେ କି , ସମୁଦ୍ର ନାବିକମାନେ କୌଣସି ଭୟ ବିନା ନିଜ କାର୍ୟ୍ୟ କାରିବାର ଆବଶ୍ୟକ ରହିଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଭିତରେ ତିନିଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଥିବା କହି ପିଏମ୍ ମୋଦୀ ଉଦବେଗ ପ୍ରକାଶ କରିଥିଲେ । ଯେଉଁମାନେ ସମୁଦ୍ର ମାର୍ଗ ମାଧ୍ୟମରେ ବିଶ୍ୱ ବାଣିଜ୍ୟକୁ ପରିଚାଳନା କରୁଛନ୍ତି ସେମାନଙ୍କ ସୁରକ୍ଷା ନିଶ୍ଚିତ ହେବା ଦାରକାର । ଖାଲି ସେତିକି ନୁହେଁ ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ଗୋଟିଏ ଏଜେଣ୍ଡା ରହିଥିଲା ।
ପଶ୍ଚିମ ଏସିଆର ସଙ୍କଟ ପ୍ରମୁଖ ବିଷୟ ଉପରେ ଜି ୭ ରାଷ୍ଟ୍ର ଆଗରେ ରଖିବେ ତଥ୍ୟ । ଏହା ସହିତ ଭାରତ ଆମେରିକା ମଧ୍ୟରେ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତି (ଟ୍ରେଡ୍ ଡିଲ୍) ଉପରେ ମଧ୍ୟ ଉଭୟ ଦେଶର ନେତୃତ୍ଵଙ୍କ ମଧ୍ୟରେ ଆଲୋଚନା ହେବାର ରହିଛି । ବାଣିଜ୍ୟ ଚୁକ୍ତି ଆଲୋଚନାର ଏକ ଗୁରୁତ୍ୱ ପୂର୍ଣ୍ଣ ବିଷୟ ହେବ । ଭାରତ ୧୨,୦୦୦ରୁ ଅଧିକ ଟାରିଫ୍ ଶ୍ରେଣୀରେ ବାଣିଜ୍ୟ କରୁଛି ଏବଂ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତି ପ୍ରାୟ୧୧,୦୦୦ ଟାରିଫ୍ ଶ୍ରେଣୀକୁ ଅନ୍ତର୍ଭତ କରିଛି । ସେହିପରି, ଉର୍ଜା ସୁରକ୍ଷା ମଧ୍ୟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିବ । ଗତ ଏକ ବର୍ଷ ମଧ୍ୟରେ ଆମେରିକାରୁ ଭାରତର ଉର୍ଜା ଆମଦାନିରେ ପ୍ରାୟ ୬୦ ପ୍ରତିଶତ ବୃଦ୍ଧି କରିଛି । ଋଷରୁ ତେଲ ଆମଦାନୀ ଉପରେ ଥିବା ବର୍ତ୍ତମାନର ଛାଡ ବୁଧବାରେ ଶେଷ ହୋଇଛି । ଏପରି ସ୍ଥିତିରେ ଆଗକୁ କଣ ନିଷ୍ପତ୍ତି ନିଆଯିବ ତାହା ସ୍ପଷ୍ଟ ହୋଇ ପାରିନାହିଁ । ସବୁଠାରୁ ରୋଚକ ଥିଲା ଯେତେବେଳେ ବୈଠକରେ ପିଏମ୍ ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକାଠି ବାସିବା । ଯାହା କି ଜି ୭ର ରାଷ୍ଟ୍ର ନେତାଙ୍କ ନଜର ରହିଥିଲା।
