Masthead

ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?

ପିଲାଏ ପଢ଼ିବେ କଣ, ଭୁଲ୍ ନାଁ ଠିକ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିପଦରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଅନ୍ଧାରେ ଅଛନ୍ତି ଅଭିଭାବକ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପୁସ୍ତକରେ ୧୬୭୮ଟି ଭୁଲ । ଯାହାକୁ ନେଇ ସାରା ରାଜ୍ୟରେ କମ୍ପନ । କେମିତି ଭୁଲ ହେଲା, ଶିକ୍ଷା ବିଭାଗ କେମିତି ଜାଣିପାରିଲା ନାହିଁ ତାକୁ ନେଇ ହଲ୍ଲାବୋଲ । ପାଠ୍ୟପୁସ୍ତକ ତ୍ରୁଟିକୁ ଲାଗି ରହିଥିବା ବିବାଦ ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି । କେମିତି ହେଲା ଏତେ ସାରା ଭୁଲ । ତ୍ରୁଟିପୂର୍ଣ୍ଣ ପୁସ୍ତକ ବୈଠକକୁ ମଗାଇ ପଢିବା ସହ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଟୁ୍ୟସନ କରିଛନ୍ତି । ସେପଟେ ତ୍ରୁଟି ତଦନ୍ତ ପାଇଁ ଉଚ୍ଚସ୍ତରୀୟ ୩ ଜଣିଆ କମିଟି ଗଠନ କରିଛନ୍ତି ।

ପାଠ୍ୟପୁସ୍ତକ ତ୍ରୁଟିର ତଦନ୍ତ କରିବା ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ । ଛାନଭିନ୍ନ କରି ୭ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ପାଇଁ ସିଏମ ପ୍ରତିଶ୍ରୁତି ଦେଇଛନ୍ତି । କେଉଁ ଅଧିକାରୀ ଏବଂ କେଉଁ ସଂସ୍ଥା ଏଥିପାଇଁ ଦାୟୀ ତାହାର ତଦନ୍ତ କରାଯିବ । ସେପଟେ କିନ୍ତୁ ସ୍କୁଲ ଗୁଡିକରେ ତ୍ରୁଟିପୂର୍ଣ୍ଣ ପୁସ୍ତକ ଏହାରି ଭିତରେ ବଂଟନ ହୋଇସାରିଛି । ଯାହାକୁ ନେଇ ରାଜନୈତିକ ବୟାନବାଜି ଲାଗିରହିଛି । ବିରୋଧୀ ବିଜେଡି-କଂଗ୍ରେସ ଓଡ଼ିଆ ଅସ୍ମିତା କହି ରାଜ୍ୟ ସରକାରଙ୍କୁ ଟାଗେର୍ଟ କରିଛନ୍ତି । କେମିତି ଏତେ ଭୁଲ ତାହାର ଜବାବ ଦିଅନ୍ତୁ ସରକାର । ପିଲାମାନେ ଭୁଲ ପୁସ୍ତକ ପଢିବେ ନା ପୁଣି ଥରେ ତାଙ୍କୁ ସଠିକ ପୁସ୍ତକ ଯୋଗାଇ ଦିଆଯିବ ସେନେଇ ସରକାର ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି । ଶାସକ ବିଜେପିର ଯୁକ୍ତି ଯିଏ ବି ଭୁଲ କରିଛି ଦଣ୍ଡ ପାଇବ । କାହାକୁ ଛଡାଯିବ ନାହିଁ । ଆମ ସରକାର ତା ବିରୋଧରେ ଆକ୍ସନ ନେବା ଆରମ୍ଭ କରିଛନ୍ତି । ଛାତ୍ରଛାତ୍ରୀ କେମିତି ଠିକ୍ ପାଠ ପଢିବେ ସେଥିପାଇଁ ଉଦ୍ୟମ ହେଉଛି ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ନୂତନ ପାଠ୍ୟ ପୁସ୍ତକରେ ୧୬୭୮ଟି ତ୍ରୁଟି ରହିଛି । ୨କୋଟି ୯୮ଲକ୍ଷ ବହି ୪୦ଲକ୍ଷ ପିଲାଙ୍କୁ ପୁସ୍ତକ ବଣ୍ଟନ ମଧ୍ୟ ସରିଛି । ତ୍ରୁଟି କଥା ଉଲ୍ଲେଖ କରିବାକୁ ଗଲେ କେବଳ ଅଷ୍ଟମ ଶ୍ରେଣୀ ବହିରେ ସର୍ବାଧିକ ୭୦୫ଟି ତ୍ରୁଟି ଅଛି । ଯେମିତି କି ଓଡିଶା ବିଧାନସଭା ଚିତ୍ର ବଦଳରେ କର୍ଣ୍ଣାଟକ ବିଧାନସଭା ଚିତ୍ର ରଖାଯାଇଛି । ଓଡ଼ିଶାର ନିୟମଗିରିକୁ ଝାରଖଣ୍ଡର ନିୟମଗିରି ଭାବେ ଦର୍ଶାଯାଇଛି । ଡଙ୍ଗରିଆକୁ ଢୋଙ୍ଗରିଆ ଲେଖା ହୋଇଛି । କେଉଁଠି ବନାନ୍ ଭୁଲ ତ ଆଉ କେଉଁଠି ମହାପୁରୁଷଙ୍କ ନାମ ଭୁଲ । ପୁସ୍ତକରେ ତଥ୍ୟଗତ, ଭାଷାଗତ ଏବଂ ଚିତ୍ରରେ ରହିଛି ଅନେକ ତ୍ରୁଟି । ମାଳମାଳ ତ୍ରୁଟି ଭିତରେ କେମିତି ପାଠପଢିବେ ପିଲା । କାହିଁକି ନାଁ ତ୍ରୁଟି ସଂଶୋଧନ କରି ସିନା ଶିକ୍ଷକଙ୍କୁ ପଢ଼ାଇବାକୁ ବିଭାଗ ଅଣ୍ଟା ଭିଡ଼ିଛି କିନ୍ତୁ ବିଦ୍ୟାଳୟରୁ ଘରକୁ ଗଲା ପରେ ପିଲା କରିବେ କଣ । ପୁସ୍ତକ ନୂଆ ଛାପିବେ ନାଁ ଏହାକୁ କାମ ଚଳାଇ ଦେବେ । ଏତେ ତ୍ରୁଟି ଧରି ଏତେଦିନ ବିଭାଗ ବସିଥିଲା କେମିତି । କାହିଁକି ନିଜେ ଅନୁଧ୍ୟାନ ଥର ଟିଏ କଲା ନାହିଁ ବିଭାଗ । ଗୋଟେ ବିଷୟ କି ଗୋଟେ ଶ୍ରେଣୀର ଏଠି କଥା ନାହିଁ ଏଠାରେ ପ୍ରଥମରୁ ଅଷ୍ଟମ ଭବିଷ୍ୟତର କଥା ରହିଛି। ପୁସ୍ତକ ନୂଆ ନ ହେଲେ ବିଦ୍ୟାଳୟ ବାଦ୍ ଘରେ କଣ ପଢ଼ିବେ ପିଲା । ସମ୍ପାଦକ ମଣ୍ଡଳୀ, ସମୀକ୍ଷକ ମଣ୍ଡଳୀ, ସଂଯୋଜକ, ବିଷୟ ମଣ୍ଡଳୀ ଓ ମୁଖ୍ୟ ସଂଯୋଜିକା ନୀରବ କାହିଁକି । ସୀକୃତି ପ୍ରାପ୍ତ ଓ ଅଣ ସୀକୃତି ପ୍ରାପ୍ତ ବ୍ୟକ୍ତି ଏହା ଭିତରେ କେତେ । ତ୍ରୁଟି ଜାଣିବି ଏତେ ଦିନ ଚୁପ୍ ରହି ପୁସ୍ତକ ବାଣ୍ଟିବାର ମାନେ କଣ ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ିବ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ବନ୍ୟା ଧୋଇନେଲା ଚାଷ, ଏବେ ଚିନ୍ତାରେ ଚାଷୀ 🔴 ସମୁଦ୍ର ବାଲିକୁ ବି ଛାଡ଼ିଲେନି ବାଲି ମାଫିଆ 🔴 ନବମ ଛାତ୍ରଙ୍କୁ ନିସ୍ତୁକ ମାରିଲେ ଦଶମ ଛାତ୍ର 🔴 ମଝି ଆକାଶରେ ଥରିଲା ଏୟାର ଇଣ୍ଡିଆ ବିମାନ 🔴 ଦୁଇଟି ବଡ଼ ଘଟଣା, ସ୍କାନରରେ ୨୪୦ବ୍ୟକ୍ତି 🔴 ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ସଚିବସ୍ତରୀୟ ବୈଠକ 🔴 ତାମିଲନାଡୁରେ ରାଜନୈତିକ ଝଡ଼,ଉଦୟନିଧି ଷ୍ଟାଲିନଙ୍କ ଗିରଫକୁ ନେଇ ବଡ଼ ଚର୍ଚ୍ଚା…. 🔴 ମଦ ଦୋକାନକୁ ବିରୋଧ କରି ୬ଘଣ୍ଟିଆ ଜଟଣୀ ବନ୍ଦ ଡାକରା 🔴 ଟ୍ରେନ୍‌ରେ ବ୍ରହ୍ମପୁର ଗଲେ ରାଷ୍ଟ୍ରପତି 🔴 ବଢ଼ିବ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ବନ୍ୟା ଧୋଇନେଲା ଚାଷ, ଏବେ ଚିନ୍ତାରେ ଚାଷୀ 🔴 ସମୁଦ୍ର ବାଲିକୁ ବି ଛାଡ଼ିଲେନି ବାଲି ମାଫିଆ 🔴 ନବମ ଛାତ୍ରଙ୍କୁ ନିସ୍ତୁକ ମାରିଲେ ଦଶମ ଛାତ୍ର 🔴 ମଝି ଆକାଶରେ ଥରିଲା ଏୟାର ଇଣ୍ଡିଆ ବିମାନ 🔴 ଦୁଇଟି ବଡ଼ ଘଟଣା, ସ୍କାନରରେ ୨୪୦ବ୍ୟକ୍ତି 🔴 ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ସଚିବସ୍ତରୀୟ ବୈଠକ 🔴 ତାମିଲନାଡୁରେ ରାଜନୈତିକ ଝଡ଼,ଉଦୟନିଧି ଷ୍ଟାଲିନଙ୍କ ଗିରଫକୁ ନେଇ ବଡ଼ ଚର୍ଚ୍ଚା…. 🔴 ମଦ ଦୋକାନକୁ ବିରୋଧ କରି ୬ଘଣ୍ଟିଆ ଜଟଣୀ ବନ୍ଦ ଡାକରା 🔴 ଟ୍ରେନ୍‌ରେ ବ୍ରହ୍ମପୁର ଗଲେ ରାଷ୍ଟ୍ରପତି