ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସମାଧାନ ପାଇଁ ଆଜି ବିଦ୍ୟୁତ ବିତରଣ କମ୍ପାନୀ ସିଇଓଙ୍କ ସହ ବୈଠକ କରିବେ ମୁଖ୍ୟ ସଚିବ ପ୍ରଦୀପ ଜେନା । ଗରମ ଭିତରେ ବିଦ୍ୟୁତ୍ କାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ଗ୍ରାମାଞ୍ଚଳରେ ପ୍ରତିଦିନ ୫ରୁ ୬ ଘଣ୍ଟା ବିଦ୍ୟୁତ୍ କାଟ ହେଉଛି । ଗ୍ରାମାଞ୍ଚଳରେ ବିଦ୍ୟୁତ୍ କାଟ ହେଉଥିବାବେଳେ ଲୋ-ଭୋଲଟେଜ୍ ସମସ୍ୟା ବି ଲୋକଙ୍କୁ ହନ୍ତସନ୍ତ କରୁଛି । କାଳବୈଶାଖୀ ପରେ ପାରଦ ନିୟମିତ ୪୦ ଡିଗ୍ରୀ ଉପରେ ରହୁଛି ।
କାଳବୈଶାଖୀ ପରେ ଭୁବନେଶ୍ୱରରେ ବିଜୁଳି କାଟକୁ ନେଇ ପ୍ରଶ୍ନ ଉଠାଇଥରଲେ ମୁଖ୍ୟ ଶାସନ ସଚିବ । କାଳବୈଶାଖୀ ଝଡ଼ରେ ବିଦ୍ୟୁତ ସରବରାହ ପ୍ରଭାବିତ ହେଲେ ପୁନଃଉଦ୍ଧାର ପାଇଁ ସାଢେ ୩ ଘଣ୍ଟା ଲାଗୁଛି । ଝଡ଼ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ପରେ କେତେ ସମୟ ଲାଗିବ ? ବୋଲି ପ୍ରଶ୍ନ କରିଥିଲେ ପ୍ରଦୀପ ଜେନା ।