Masthead

ବିଧାୟକ ପ୍ରାର୍ଥୀଙ୍କ ଠାରୁ ଅର୍ଥ ଫେରସ୍ତ ଦାବି କଲେ କ୍ଷତିଗ୍ରସ୍ତ ହିତାଧିକାରୀ

ସାହାରପଡ଼ା (ବଡ଼ ଖବର ବ୍ୟୁରୋ): ବିଜେପିର ପାଟଣା ନିର୍ବାଚନମଣ୍ଡଳିର ପ୍ରାର୍ଥୀ ଅଖିଳ ନାଏକଙ୍କ ବିରୁଦ୍ଧରେ ଅଭିଯୋଗ । ଉକ୍ତ ଅଂଚଳର କିଛି ଲୋକ ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି । ସ୍ୱେଚ୍ଛାସେବୀ ସଂସ୍ଥା କ୍ରାଉଡ ଓଡ଼ିଶା ସଂସ୍ଥା ଜରିଆରେ ୩ ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ନେଇ ବାସହୀନ ଲୋକଙ୍କୁ ମାଗଣା ଘର ଯୋଗାଇ ଦେବା ପାଇଁ ଆଦାୟ କରାଯାଇଥିବା ଅଭିଯୋଗ କରିଛନ୍ତି । କ୍ଷତିଗ୍ରସ୍ତ ଲୋକମାନେ ଆଜି ଆସି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କୁ ଅଭିଯୋଗ ପତ୍ର ଦେଇ ଟଙ୍କା ଫେରସ୍ତ ପାଇଁ ଦାବି ଜଣାଇଛନ୍ତି ।

ଦୀର୍ଘ ପ୍ରାୟ ୨ବର୍ଷରୁ ଅଧିକ ହେବ ପାଟଣା, ସାହାରପଡା, ସଦର ଏବଂ ଘଟଗାଁ ବ୍ଲକ ଅଂଚଳର ୩୦୦ଲୋକଙ୍କ ଠାରୁ ଏଭଳି ମାଗଣା ଘର ଯୋଗାଇ ଦେବା ନାମରେ ଅର୍ଥ ଆଦାୟ କରାଯାଇଥିବା ଅଭିଯୋଗ କରିଛନ୍ତି । ତେବେ ଘର ନ ପାଇବାରୁ ସେମାନେ ଜମା ଦେଇଥିବା ଅର୍ଥ ଫେରସ୍ତ ଦାବି କରିଛନ୍ତି । ତେବେ ଉକ୍ତ ସଂସ୍ଥା ଅର୍ଥ ନେଇ ରସିଦ୍ ଦେଇଥିବାବେଳେ ଘର କାହିଁକି ଦେଇ ନାହିଁ ତାହା ତଦନ୍ତ ହେଲେ ଜଣାପଡିବ । ଅନ୍ୟପକ୍ଷରେ ଏଥିପାଇଁ ବିଜେପି ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକଙ୍କୁ ଦାୟୀ କରି ଅର୍ଥ ଫେରସ୍ତ କରିବାକୁ ଦାବି କରିଛନ୍ତି । ଅନ୍ୟପକ୍ଷରେ ଅଭିଯୋଗ ସମ୍ପର୍କରେ ପ୍ରାର୍ଥୀଙ୍କୁ ଜଣାଇ ଏହାର ସମାଧାନ କରିବେ ବୋଲି ଜିଲ୍ଲା ସଭାପତି ଲୋକଙ୍କୁ ଆଶ୍ୱାସନ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି