Masthead

ରଥଯାତ୍ରା ପାଇଁ ଆଜି ପରିଚାଳନା କମିଟି ବୈଠକ

ପୁରୀ (ବଡ଼ ଖବର ବ୍ୟୁରୋ):  ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । କିପରି ରଥଯାତ୍ରା ସୁରୁଖୁରୁରେ ପରିଚାଳନା ହେବ ସେ ନେଇ ହେବ ଆଲୋଚନା । ସକାଳ ୧୦ଟା ୩୦ରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦୁଇଟି ଅଧିବେଶନରେ ଆଲୋଚନା ହେବ ବୋଲି ଜଣାପଡିଛି। ପ୍ରଥମ ଅଧିବେଶନରେ ୨୦୨୩-୨୪ ବର୍ଷର ବଜେଟ ଅନୁମୋଦନ ହେବ। ଏଥିସହ ଅପରାହ୍ନ ୪ଟା‌ ୩୦ରେ ଦ୍ଵିତୀୟ ଅଧିବେଶନ ଅନୁଷ୍ଠିତ ହେବ।

ଏଥିରେ ତିନୋଟି ବିଷୟ ଉପରେ ଆଲୋଚନା ହେବ। ଜୁନ୍ ୪ରେ ଅନୁଷ୍ଠିତ ହୋଇଥିବା ମହାପ୍ରଭୁଙ୍କ ସ୍ନାନଯାତ୍ରାର ଭିଡିଓ ଫୁଟେଜ ଅନୁଧ୍ୟାନ କରାଯିବା ସହ ଏଥିରେ ରହିଥିବା ତ୍ରୁଟି ଓ ଆଗାମୀ ରଥଯାତ୍ରାରେ ଏହାର ପୁନରାବୃତ୍ତି ଯେଭଳି ନହେବ ସେନେଇ ଆଲୋଚନା ହେବ। ସେହିପରି ଜୁନ୍ ୨୦ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି ଓ ସମୀକ୍ଷା ନେଇ ଦ୍ଵିତୀୟ ଅଧିବେଶନରେ ଆଲୋଚନା ହେବ। ପରିଚାଳନା କମିଟି ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ଅନ୍ୟ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇପାରେ। ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡ କନୱର ବିଶାଳ ସିଂ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିବେ। ଆସନ୍ତାକାଲି ଶେଷ ରଥ ସମନ୍ୱୟ ବୈଠକ । ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । କାଲି ଜେଟିପିଙ୍କ ସହ ଆଲୋଚନା କରିଥିଲେ ଜିଲ୍ଲାପାଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ