Masthead

ମାହାଙ୍ଗା ଶିଶୁ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ଥାନା ଘେରାଉ

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ଭଦ୍ରେଶ୍ୱର ଥାନା ଚୁଙ୍ଗୁଡ଼ିଆମୁହଁ ଗ୍ରାମର ଜନୈକ ନିଷ୍ପାପ ଶିଶୁ ଉପରେ ଠିକାଦାରର ଟ୍ରାକ୍ଟର ଚଢି ଯିବାରୁ ଘଟଣାସ୍ଥଳୀରେ ପିୟୁଷ ନାମକ ଏହି ଶିଶୁର ମୃତ୍ୟୁ ଘଟିଥିଲା । ଭଦ୍ରେଶ୍ୱର ଥାନା ଅଂଚଳର ଝଡ଼େଶ୍ୱରପୁର (ଚିଙ୍ଗୁଡ଼ିଆ ମୁହଁ) ଠାରେ ଆର ଡି ବିଭାଗ ପକ୍ଷରୁ ଏକ ବ୍ରିଜ ନିର୍ମାଣ ହେଉଥିବା ବେଳେ ଏଠାରୁ ବେଆଇନି ଭାବେ ସରକାରୀ ଜମିରୁ ଶହଶହ ଟ୍ରିପ ମାଟି ନିଶ୍ଚିନ୍ତକୋଇଲି ଅଂଚଳକୁ ଚାଲାଣ ହେଉଥିଲା । ଏହି କାର୍ଯ୍ୟରେ ନିୟୋଜିତ ଟ୍ରାକ୍ଟର ଗୁଡିକ ବେପରୁଆ ଭାବେ ଦ୍ରୁତ ଗତିରେ ଗାଡି ଚଳାଉଥିବାରୁ ନିଜ ଘର ସାମ୍ନାରେ ଖେଳୁଥିବା ପିୟୁଷ ନାମକ ଅଢେଇ ବର୍ଷର ଶିଶୁ ପୁତ୍ର ଉପରେ ଏକ ମାଟି ବୋଝେଇ ଟ୍ରାକ୍ଟର ଚଢି ଯାଇଥିଲା ।

ଏହାକୁ ନେଇ ପରିବାର ପକ୍ଷରୁ ଭଦ୍ରେଶ୍ୱର ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ ଠିକାଦାର, ଡ୍ରାଇଭର, ଚୋରା ମାଟି ମାଫିଆ ଏବଂ ଏହି ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ କାହାରି ଉପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ଏପରିକି ୮ ତାରିଖରୁ ଅଭିଯୋଗ ପରେ ବି ମାମଲା ରୁଜୁ କରିବାକୁ ପୋଲିସ ପଛଘୁଞ୍ଚା ଦେଇଥିଲା । ଶିଶୁପୁତ୍ର ମୃତ୍ୟୁ ଘଟଣାରେ ଭାଙ୍ଗି ପଡ଼ିଥିବା ପୀଡିତ ପରିବାରକୁ ନ୍ୟାୟ ନମିଳିବାରୁ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ଗ୍ରାମବାସୀ ଏବଂ ମୃତକର ପରିବାର ପକ୍ଷରୁ ଥାନା ଘେରାଉ କରାଯିବା ଦେଖିବାକୁ ମିଳିଛି ।

ଶହଶହ ଆନ୍ଦୋଳନକାରୀ ପୁରୁଷ ଏବଂ ମହିଳା ଭଦ୍ରେଶ୍ୱର ଥାନାକୁ ଘେରାଉ କରି ରଖିଛନ୍ତି । ରାସ୍ତା ଉପରେ ଟାୟାର ଜାଳିବାରୁ ଗମନାଗମନ ଠପ ହୋଇପଡିଛି । ପୋଲିସ ଏବଂ ତହସିଲ ପ୍ରଶାସନ ଜାଣିଶୁଣି ଚୋରା ମାଟି ଚାଲାଣକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି । ଏହି ଖବର ପାଇବା ପରେ ସାଲେପୁର ଏସଡିପିଓ, ମାହାଙ୍ଗା ଆଇଆଇସି ଭଦ୍ରେଶ୍ୱର ଥାନାରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେବି ଦୋଷୀଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି ସେ ନେଇ ସେମାନେ ଅଡ଼ି ବସିଛନ୍ତି । ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ଆଇନୀଗତ ପଦକ୍ଷେପ ପାଇଁ ଆନ୍ଦୋଳନକାରୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ