Masthead

ମାହାଙ୍ଗା ଶିଶୁ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ଥାନା ଘେରାଉ

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ଭଦ୍ରେଶ୍ୱର ଥାନା ଚୁଙ୍ଗୁଡ଼ିଆମୁହଁ ଗ୍ରାମର ଜନୈକ ନିଷ୍ପାପ ଶିଶୁ ଉପରେ ଠିକାଦାରର ଟ୍ରାକ୍ଟର ଚଢି ଯିବାରୁ ଘଟଣାସ୍ଥଳୀରେ ପିୟୁଷ ନାମକ ଏହି ଶିଶୁର ମୃତ୍ୟୁ ଘଟିଥିଲା । ଭଦ୍ରେଶ୍ୱର ଥାନା ଅଂଚଳର ଝଡ଼େଶ୍ୱରପୁର (ଚିଙ୍ଗୁଡ଼ିଆ ମୁହଁ) ଠାରେ ଆର ଡି ବିଭାଗ ପକ୍ଷରୁ ଏକ ବ୍ରିଜ ନିର୍ମାଣ ହେଉଥିବା ବେଳେ ଏଠାରୁ ବେଆଇନି ଭାବେ ସରକାରୀ ଜମିରୁ ଶହଶହ ଟ୍ରିପ ମାଟି ନିଶ୍ଚିନ୍ତକୋଇଲି ଅଂଚଳକୁ ଚାଲାଣ ହେଉଥିଲା । ଏହି କାର୍ଯ୍ୟରେ ନିୟୋଜିତ ଟ୍ରାକ୍ଟର ଗୁଡିକ ବେପରୁଆ ଭାବେ ଦ୍ରୁତ ଗତିରେ ଗାଡି ଚଳାଉଥିବାରୁ ନିଜ ଘର ସାମ୍ନାରେ ଖେଳୁଥିବା ପିୟୁଷ ନାମକ ଅଢେଇ ବର୍ଷର ଶିଶୁ ପୁତ୍ର ଉପରେ ଏକ ମାଟି ବୋଝେଇ ଟ୍ରାକ୍ଟର ଚଢି ଯାଇଥିଲା ।

ଏହାକୁ ନେଇ ପରିବାର ପକ୍ଷରୁ ଭଦ୍ରେଶ୍ୱର ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ ଠିକାଦାର, ଡ୍ରାଇଭର, ଚୋରା ମାଟି ମାଫିଆ ଏବଂ ଏହି ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ କାହାରି ଉପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ଏପରିକି ୮ ତାରିଖରୁ ଅଭିଯୋଗ ପରେ ବି ମାମଲା ରୁଜୁ କରିବାକୁ ପୋଲିସ ପଛଘୁଞ୍ଚା ଦେଇଥିଲା । ଶିଶୁପୁତ୍ର ମୃତ୍ୟୁ ଘଟଣାରେ ଭାଙ୍ଗି ପଡ଼ିଥିବା ପୀଡିତ ପରିବାରକୁ ନ୍ୟାୟ ନମିଳିବାରୁ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ଗ୍ରାମବାସୀ ଏବଂ ମୃତକର ପରିବାର ପକ୍ଷରୁ ଥାନା ଘେରାଉ କରାଯିବା ଦେଖିବାକୁ ମିଳିଛି ।

ଶହଶହ ଆନ୍ଦୋଳନକାରୀ ପୁରୁଷ ଏବଂ ମହିଳା ଭଦ୍ରେଶ୍ୱର ଥାନାକୁ ଘେରାଉ କରି ରଖିଛନ୍ତି । ରାସ୍ତା ଉପରେ ଟାୟାର ଜାଳିବାରୁ ଗମନାଗମନ ଠପ ହୋଇପଡିଛି । ପୋଲିସ ଏବଂ ତହସିଲ ପ୍ରଶାସନ ଜାଣିଶୁଣି ଚୋରା ମାଟି ଚାଲାଣକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି । ଏହି ଖବର ପାଇବା ପରେ ସାଲେପୁର ଏସଡିପିଓ, ମାହାଙ୍ଗା ଆଇଆଇସି ଭଦ୍ରେଶ୍ୱର ଥାନାରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେବି ଦୋଷୀଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି ସେ ନେଇ ସେମାନେ ଅଡ଼ି ବସିଛନ୍ତି । ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ଆଇନୀଗତ ପଦକ୍ଷେପ ପାଇଁ ଆନ୍ଦୋଳନକାରୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା