Masthead

ବାଜି ମାରିବେ ଦୀପାଲି, ପଛରେ ରହିଯିବେ ବିଶାଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କିଏ ହେବ ନବଙ୍କ ରାଜନୈତିକ ଉତ୍ତରାଧିକାରୀ? ବିଜେଡି ଟିକଟ ପାଇଁ ନବଙ୍କ ପରିବାରରେ ଏକାଧିକ ଆଶାୟୀ । ଠିକ୍ ଏତିକିବେଳେ ଝିଅ ଦୀପାଲି ପାଇଁ ସାମ୍ନାକୁ ଆସିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ଆଉ ସଙ୍କେତ ବି ଦେଇଛନ୍ତି, ଝାରସୁଗୁଡା ଉପନିର୍ବାଚନରେ ବିଶାଲଙ୍କୁ ପଛରେ ପକାଇ ଶଙ୍ଖ ଟିକଟ ପାଇପାରନ୍ତି ଦୀପାଲି ଦାସ । ନବଙ୍କ ପରିବାରରୁ କିଏ ପାଇବ ବିଜେଡି ଟିକଟ? ଚର୍ଚ୍ଚା ଜୋର୍ ଧରିଛି । ଠିକ୍ ଏତିକିବେଳେ ବିଜେଡି ଦେଇଛି ଇସାରା । ପଛରେ ପଡିବେ ବିଶାଲ୍, ବାଜିମାରିବେ ଦୀପାଲି ।

ଦୀପାଲିଙ୍କ ସପକ୍ଷରେ ସଙ୍କେତ ଦେଇଛନ୍ତି ବିଜେଡି ଉପସଭାପତି ତଥା ବରିଷ୍ଠ ବିଧାୟକ ଦେବୀପ୍ରସାଦ ମିଶ୍ର । ଯେତେବେଳେ ବିଜୁ ଜନତା ଦଳ ଟିକଟ ପାଇଁ ଉଭୟ ନବଙ୍କ ଝିଅ ଦୀପାଲି ଓ ପୁଅ ବିଶାଲ ଆଶାୟୀ ଅଛନ୍ତି, ଠିକ୍ ସେତିକିବେଳେ ଦେବୀ କହିଛନ୍ତି, ପଦମପୁର ଓ ବ୍ରଜରାଜନଗର ଉପନିର୍ବାଚନରେ ବହୁତ ଆକ୍ଟିଭ୍ ଥିଲେ । ସଫଳତାର ସହ କ୍ୟାମ୍ପେନିଂ କରିଛନ୍ତି । ଜଣେ ୟଙ୍ଗ୍ ପିଲା, ଜନଜୀବନକୁ ଆସିବାକୁ ଆଗ୍ରହୀ । ଉଭୟ ଆଗ୍ରେସନ ଓ ବିନମ୍ରତାର ସହ ଲୋକଙ୍କ ପାଖକୁ ଯାନ୍ତି । ଦେବୀଙ୍କ ଏହି ମନ୍ତବ୍ୟରୁ ଜଣାପଡୁଛି, ପାର୍ଟି ଭିତରେ ଟିକଟ ଦୌଡରେ ଭାଇ ବିଶାଲଙ୍କୁ ପଛରେ ପକାଇ ସାରିଛନ୍ତି ଦୀପାଲି । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ଏପ୍ରିଲ ୧୩ରୁ ଏପ୍ରିଲ ୨୦ ମଧ୍ୟରେ ନାମାଙ୍କନ ଦାଖଲ ହେବ ।

ଦୁଇରୁ ତିନି ଦିନ ମଧ୍ୟରେ ସବୁ ଦଳ ପ୍ରାର୍ଥୀ ନାଁରେ ମୋହର ମାରିବେ । ବିଜେପିରୁ ଗତଥତର ଦୀନେଶ ଜୈନ ଲଢିଥିବା ବେଳେ ଏଥର ଦଳ ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିପାରେ । କଂଗ୍ରେସ ପ୍ରାର୍ଥୀକୁ ନେଇ ଅନିଶ୍ଚିତତା ଜାରି ରହିଛି । କିନ୍ତୁ ବିଜେଡି ସ୍ୱର୍ଗତଃ ନବ ଦାସଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବ । ତେବେ ପୂର୍ବରୁ ପୂର୍ବରୁ କେବଳ ଦୀପାଲିଙ୍କ ନାଁ ଚର୍ଚ୍ଚାରେ ଥିବା ବେଳେ ଏବେ ଏଥିରେ ଭାଇ ବିଶାଲଙ୍କ ନାଁ ବି ଯୋଡିହୋଇଛି । ବୁଧବାର ଏ ସଂକ୍ରାନ୍ତରେ ଉଭୟ କହିଥିଲେ, ଯାହା ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେବେ, ତାହା ସମସ୍ତେ ମାନିନେବେ । ଯିଏ ପାଇବ ବିଜେଡି ଟିକଟ, ସେ ହେବ ନବଙ୍କ ରାଜନୈତିକ ଉତ୍ତରାଧିକାରୀ । ସବୁ ନିଷ୍ପତ୍ତି ନବୀନଙ୍କ ହାତରେ । ଯାହାର ଉତ୍ତର ଦିନେ ଦୁଇଦିନରେ ହୋଇଯିବ ସ୍ପଷ୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ