Before Header

ବାଣ ଫୁଟାଇବା ହେଲା କାଳ

0 991

ଲକ୍ଷ୍ମୀପୁର (ବଡ଼ ଖବର ବ୍ୟୁରୋ): ବାଣ ଫୁଟାଇବା ହେଲା କାଳ । ବାଣ ଫୁଟାଇବା ବେଳେ ପାଖରେ ଥିବା ବାଣରେ ଲାଗିଲା ନିଆଁ । ଅଧା ଜଳିଗଲେ ଫୁଟାଉଥିବା ବ୍ୟକ୍ତି । ଲକ୍ଷ୍ମୀପୁର ଥାନା ଅଧିନସ୍ଥ ଚମ୍ପି ଗ୍ରାମରେ ଘଣ୍ଟ ଯାତ୍ରା ବିସର୍ଜନ ବେଳେ ଘଟିଛି ଏହି ଅଘଟଣ । ଯାତ୍ରା ବିସର୍ଜନ ସମୟରେ ସତ୍ୟ ନାରାୟଣ ଦାସ ନାମକ ବ୍ୟକ୍ତି ବାଣ ଫୁଟାଉଥିବା ବେଳେ ପାଖରେ ରଖିଥିବା ବାଣରେ ନିଆଁ ଲାଗିଯାଇଥିଲା ।

ଫଳରେ ବାଣ ଫୁଟି ସତ୍ୟ ନାରାୟଣ ଆହତ ହୋଇଛନ୍ତି । ତାଙ୍କ ଅଣ୍ଟାରୁ ପାଦ ତଳକୁ ନିଆଁ ଲାଗିଯାଇଥିଲା । ଲୋକେ ଯାତ୍ରା ଗହଳିରେ ଭୟଭୀତ ହୋଇ ଲୋକେ ଦଉଡ଼ି ଥିଲେ । ହେଲେ କିଛି ଲେଶକେ ସତ୍ୟ ନାରାୟଣ ଦାସଙ୍କୁ ବାଣ ପାଖରୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଥିଲେ । ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।

Leave A Reply

Your email address will not be published.