Masthead

କୋଇଲା ଚୋରିରେ କୁନି ପିଲା

ଭଦ୍ରକ (ବଡ଼ ଖବର ବ୍ୟୁରୋ): ଧାମରା ଆଦାନୀ କମ୍ପାନୀରୁ ଟ୍ରେନଯୋଗେ ଆସୁଥିବା କୋଇଲାକୁ କିଛି କୋଇଲା ମାଫିଆମାନେ ଲୋକମାନଙ୍କୁ ଲଗାଇ ଚଳନ୍ତା ଟ୍ରେନରୁ ଚୋରିକରି ଶାଗମାଛ ଦରରେ କିଣି ଅନ୍ୟ ଜିଲ୍ଲାରେ ଚଢା ଦରରେ ବିକ୍ରି କରିଥାନ୍ତି। ଏମିତି ଘଟଣା ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମାଣିପୁର ପଞ୍ଚାୟତରେ। ଏ ବିଷୟରେ ବାଂଶଡା ଓ ପୀରହାଟ ପୋଲିସ ଖବର ଜାଣିବା ପରେ ବ୍ଲୁପ୍ରିଣ୍ଟ ତିଆରି କରି କୋଇଲା ମାଫିଆମାନଙ୍କ ଗାଡ଼ି ଧରିବା ଏବଂ ଆରେଷ୍ଟ କରୁଥିବାବେଳେ ମାଫିଆମାନେ ନୂଆ ତରିକା ଆପଣାଇଛନ୍ତି ।

ପୋଲିସ ଡାଳେଡାଳେ ଯାଉଥିବାବେଳେ କୋଇଲା ମାଫିଆ ପତରେ ପତରେ ଯାଉଥିବା ଦେଖିବାକୁ ମିଳିଛି। କୋଇଲା ମାଫିଆମାନଙ୍କ ନଜର ଏବେ ଛୋଟ ଛୋଟ ସ୍କୁଲରେ ପଢ଼ୁଥିବା ପୁଅ ଓ ଝିଅ ପିଲାମାନଙ୍କ ଉପରେ। ସେମାନଙ୍କୁ ଟଙ୍କାର ଲୋଭ ଦେଖାଇ ସାଇକେଲରେ କୋଇଲା ବୁହାଉଥିବା ଦେଖିବାକୁ ମିଳୁଛି। ପିଲାମାନଙ୍କୁ ଗୋଟିଏ କୋଇଲା ବସ୍ତାକୁ ୫୦ଟଙ୍କା ଦିଅନ୍ତି । ଦିନକୁ ସେମାନେ ୬ରୁ୭ବସ୍ତା କୋଇଲା ସାଇକେଲରେ ଆଣି କୋଇଲା ମାଫିଆ ମାନଙ୍କ କହିଥିବା ଠିକଣା ଜାଗାରେ ପକାଇଥାନ୍ତି । ସେହି କୋଇଲାକୁ ରାତିରେ ପିକପ୍ ଓ ଟ୍ରକ ସାହାଯ୍ୟରେ ଅନ୍ୟ ଜିଲ୍ଲାକୁ ବିକ୍ରି କରାଯାଇଥାଏ ।

ଏଥିରେ ଛୋଟ ଛୋଟ ପିଲାମାନଙ୍କ ହାତରେ ଟଙ୍କା ଧରାଇ ସେମାନଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି କୋଇଲା ମାଫିଆମାନେ । ଏ ବିଷୟରେ ତଦନ୍ତ କରାଯାଇ ଛୋଟ ଛୁଆମାନଙ୍କ ଭବିଷ୍ୟତ ସହିତ ଖେଳୁଥିବା କୋଇଲା ମାଫିଆମାନଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା