Masthead

ପିଲାଙ୍କୁ ଖୁବ ଶୀଘ୍ର ମିଳିବ କରୋନା ଟିକା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ କରୋନା ବିରୋଧରେ ଲଢେଇ ଜାରି ରହିଛି । କରୋନାକୁ ମାତ ଦେବା ପାଇଁ ଟୀକାକରଣ କାର୍ଯ୍ୟକୁ ତ୍ୱାରାନୀତ କରାଯାଉଛି । କିନ୍ତୁ ଏବେ ଖାଲି ୧୮ ବର୍ଷରୁ ବୟସ୍କଙ୍କୁ କରୋନା ଟିକା ଦିଆଯାଉଛି । ବର୍ତ୍ତମାନ ପିଲାମାନଙ୍କ କରୋନା ଟିକା ପାଇଁ ଅପେକ୍ଷା ରହିଛି । ପିଲାଙ୍କ ପାଇଁ ଖୁବ ଶୀଘ୍ର କରୋନା ଟିକା ଅନୁମୋଦିତ ହୋଇପାରେ । ଏ ନେଇ ଭାରତ ବାୟୋଟେକ ଶନିବାର ଦିନ ୨ ରୁ ୧୮ ବର୍ଷର ପିଲା ମାନଙ୍କ ପାଇଁ ପରୀକ୍ଷା ତଥ୍ୟ DCGIକୁ ପଠାଇଛି ।

ଭାରତ ବାୟୋଟେକ ପରିଚାଳନା ନିର୍ଦ୍ଦେଶକ ଡ କୃଷ୍ଣ ଏଲା କହିଛନ୍ତି ଯେ ସେପ୍ଟମ୍ବର ମାସରେ ଶିଶୁମାନଙ୍କ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି । ସେ ନେଇ ବର୍ତ୍ତମାନ ପରୀକ୍ଷା ତଥ୍ୟ DCGI ଅନୁମୋଦନ ପାଇଁ ଦାଖଲ କରାଯାଇଛି । ଏଭଳି ପରିସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଭାରତ ବାୟୋଟେକର କୋଭାକ୍ସିନ ପାଇଁ ଅନୁମୋଦନ ଏହି ମାସ ଶେଷ ସୁଦ୍ଧା ଗ୍ରହଣ କରାଯାଇପାରିବ ବୋଲି ସୂଚନା ମିଳିଛି ।

ତେବେ ଏହାର ଜରୁରୀକାଳିନ ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଆନୁମୋଦନ କରିଛି । ଖବର ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ଦେଶରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ କୋଭିଶିଲ୍ଡ, କୋଭାକ୍ସିନ ଓ ସ୍ପୁଟନିକ-ଭି ଟିକା ଦିଆଯାଇଛି । ସେମାନଙ୍କ ମଧ୍ରୁ କେବଳ ଦୁଇଟି ଟିକା ଦିଆଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ