ବିଜୟ ପରେ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଲେ ମମତା

କୋଲକାତା(ବଡ଼ ଖବର ବ୍ୟୁରୋ): ସରିଛି ପଶ୍ଚିମବଙ୍ଗ ଉପନିର୍ବାଚନ । ନିର୍ବାଚନକୁ ନେଇ ସାରା ଦେଶର ନଜର ରହିଥିଲା ପଶ୍ଚିମବଙ୍ଗ ଉପରେ । ଏହା ମଧ୍ୟରେ ମମତା ନିଜ ଭବାନୀପୁର ଆସନରୁ ୫୮ ହଜାର ୩୮୯ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥର ପ୍ରିୟଙ୍କା ତିବ୍ରେୱାଲଙ୍କ ଠାରୁ ଜିତିଛନ୍ତି । ଦିଦି ମୋଟ ୮୪,୭୦୯ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ ୨୬,୩୨୦ ଭୋଟ ପାଇଛନ୍ତି । ସେପଟେ ନିଜର ବିଜୟ ପରେ ପଶ୍ଚିମବଙ୍ଗବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଭାବାନୀପୁରର ଜନସାଧାରଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ମୋତେ ୧ ଲକ୍ଷ ୧୫ ହଜାର ଭୋଟ ମିଳିଛି । ଭବାନୀପୁରର କୌଣସି ବି ୱାର୍ଡରେ ମୁଁ ପରାଜିତ ହୋଇନାହିଁ ।

ଭବାନୀପୁରରେ ମୋଟ ୪୬ ପ୍ରତିଶତ ଅଣବଙ୍ଗାଳୀ ଥିବାବେଳେ ସମସ୍ତ ଆମକୁ ଭୋଟ ଦେଇଛନ୍ତି ବୋଲି ମମତା ବାନାର୍ଜୀ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଆଜି ସମଗ୍ର ପଶ୍ଚିମବଙ୍ଗର ନଜର ଭବାନୀପୁର ଉପରେ ଥିଲା । ଭବାନୀପୁର ଆସନରେ ବିଜୟ ହେବା ପରେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ମମତା ଟାର୍ଗେଟ କରିଛନ୍ତି । ତେବେ ପଶ୍ଚିମବଙ୍ଗ ନିର୍ବାଚନ ବେଳେ ମୋ ଦଳ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚାଯାଇଥିଲା । ଏପରିକି ନିର୍ବାଚନ ବେଳେ ମୋ ଗୋଡରେ ଆଘାତ ମଧ୍ୟ ଲାଗିଥିଲା । କିନ୍ତୁ ଜନସାଧାରଣ ସହଯୋଗ କରିଥିଲେ । ଯାହାର ରେଜଲ୍ଟ ଆଜି ଦେଖିବା ପାଇଁ ମିଳିଛି ବୋଲି ମମତା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!