Masthead

ଆଶ୍ଚର୍ଯ୍ୟ: ଚୀନ ଆକାଶରେ ୩ ସୂର୍ଯ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚୀନ ଆକାଶରେ ଦେଖିବାକୁ ମିଳିଥିଲା ବିରଳ ଦୃଶ୍ୟ । ଦିନରେ ଗୋଟିଏ ନୁହେଁ ୩ଯି ସୂର୍ଯ୍ୟ ଲୋକମାନେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦୀର୍ଘ ୩ଘଣ୍ଟା ଧରି ଏଭଳି ବିରଳ ଦୃଶ୍ୟ ଦେଖି ଲୋକମାନେ ଚକିତ ହୋଇଯାଇଥିଲେ ।
ମୋହେ ସହର ଆକାଶରେ ସକାଳ୬.୩୦ରୁ ୯.୩୦ ପର୍ଯ୍ୟନ୍ତ ୩ଟି ଉଜ୍ଜ୍ୱଳ ସୂର୍ଯ୍ୟ ଦେଖିବାକୁ ମିଳିଥିଲା । ମାହେ ସହରବାସୀଙ୍କ ଦ୍ୱାରା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏକ ଚମକ୍ରାର ଭିଡିଓ । ଯେଉଁଥିରେ ନୀଳ ଆକାଶରେ ଦେଖାଯାଇଥିଲା ୩ଟି ଭିନ୍ନ ଭିନ୍ନ ସୂର୍ଯ୍ୟ । ଚୀନର ଗଣମାଧ୍ୟମ ଏହି ଭିଡିଓକୁ ଟ୍ୱିଟର କ୍ୟାପସନରେ ସେୟାର କରି ଲେଖିଛି, ଚାଇନାରେ ମୋହେ ଆକାଶରେ ଘଣ୍ଟ ଘଣ୍ଠା ଧରି ୩ଟି ସୂର୍ଯ୍ୟ ଦେଖାଦେଇଥିଲା । ଏଭଳି ବିରଳ ପ୍ରାକୃତିକ ଦୃଶ୍ୟ ଦେଖି ସହରବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଜ୍ୟୋର୍ତିବିଜ୍ଞାନୀଙ୍କ ମତରେ ଏହାକୁ ‘ସୂର୍ଯ୍ୟ କୁକୁର’ କୁହାଯାଏ । ବେଳେ ବେଳେ ପ୍ରକୃତ ସୂର୍ଯ୍ୟର ବାମ ଏବଂ ଡାହାଣ ପାଶ୍ୱର୍ରେ ୨ଟି ଉଜ୍ଜ୍ୱଳ ଦାଗ ଦେଖିବାକୁ ମିଳେ । କେହି କେହି ଏହାକୁ ‘ଫାଣ୍ଟମ୍ ସୂର୍ଯ୍ୟ’ ବୋଲି ମଧ୍ୟ କହିଥାନ୍ତି । ଏହା ଆକାଶରେ ଦୀର୍ଘ ସମୟ ରହେ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ