Masthead

ଏଲଏସିରେ ସ୍ଥାୟୀ ଶିବିର ନିର୍ମାଣ କରୁଛି ଚୀନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏଲଏସିରେ ଲମ୍ବା ସମୟ ଧରି ରହିବାକୁ ଯୋଜନା କରୁଛି ଚୀନ । ଏଥିପାଇଁ ଏଲଏସିରେ ସ୍ଥାୟୀ ଶିବିର ନିର୍ମାଣ କରୁଛି ଚୀନ ସେନା । ଭାରତୀୟ ଗୁଇନ୍ଦା ଏଜେନ୍ସି ସରକାରଙ୍କୁ ଦେଇଥିବା ରିପୋର୍ଟ ଅନୁସାରେ ଚୀନ ପୂର୍ବ ଲଦାଖ, ଉତ୍ତର ସିକ୍କିମର ନାକୁ-ଲା, ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚୀନ କଂକ୍ରିଟ ଶିବିର ନିର୍ମାଣ କରୁଛି । ଯେଉଁଠାରେ କି, ଚୀନ ସେନା ସ୍ଥାୟୀ ଭାବରେ ରହିବେ । ଯାହାଫଳରେ ବିବାଦୀୟ ସ୍ଥାନ ଗୁଡ଼ିକରେ ସଂଘର୍ଷ ହେବାକ୍ଷଣି ଏହାର ସେନା ଖୁବଶୀଘ୍ର ସେଠାରେ ପହଞ୍ଚିପାରିବେ ।

ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକର ପ୍ରତିକୂଳ ପରିସ୍ଥିତି ସହ ଚୀନ ସୈନିକମାନେ ସହଜରେ ଖାପ ଖୁଆଇ ପାରୁନାହାନ୍ତି । କିନ୍ତୁ ସ୍ଥାୟୀ ଶିବିର ଗୁଡ଼ିକରେ ବିଭିନ୍ନ ଅତ୍ୟାଧୁନିକ ବ୍ୟବସ୍ଥା ଥିବାରୁ ଚୀନ ସୈନିକମାନେ ସେଠାରେ ସହଜରେ ରହିପାରିବେ ଓ ଆବଶ୍ୟକ ପଡ଼ିଲେ ବିବାଦୀୟ ଅଞ୍ଚଳଗୁଡ଼ିକୁ ଶୀଘ୍ର ଯାଇପାରିବେ । କେବଳ ଏତିକି ନୁହେଁ ଚୀନ ସୀମା ନିକଟରେ ହେଲିପ୍ୟାଡ ଓ ପକ୍କା ସଡ଼କ ମଧ୍ୟ ନିର୍ମାଣ କରିଛି । ଚୀନର ଏସବୁ କାର୍ୟ୍ୟ ଉପରେ ଭାରତ ତୀକ୍ଷଣ ଦୃଷ୍ଟି ରଖିଛି ଓ ଏହାର ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ