Before Header

ପ୍ରଶାନ୍ତ ମହାସାଗରରେ ଭୂକମ୍ପ

0 35

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବୋକା ଚିକା ନଗରୀ ନିକଟବର୍ତ୍ତୀ ପାନାମା ଉପକୂଳ ଅନ୍ତର୍ଗତ ପ୍ରଶାନ୍ତ ମହାସାଗର ଜଳରାଶିରେ ଭୂକମ୍ପ । ମଙ୍ଗଳବାର ଦିନ ୬.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିବା  ‘ଦି ୟୁ. ଏସ୍‌. ଜିଓଲୋଜିକାଲ୍‌ ସର୍ଭେ’ କହିଛି। ଏଥିଯୋଗୁଁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଭୂଗର୍ଭର ୧୨ କିଲୋମିଟର ଅଭ୍ୟନ୍ତରରେ ସଂଘଠିତ ‌ଏହି ଭୂକମ୍ପନ ଅପେକ୍ଷାକୃତ ଅଗଭୀର ଥିବା କଥା ଆମେରିକୀୟ ଏଜେନ୍‌ସି ‘ଦି ୟୁ. ଏସ୍‌. ଜିଓଲୋଜିକାଲ୍‌ ସର୍ଭେ’ ସୂଚନା ଦେଇଛି। ଏହି ଭୂକମ୍ପନ ଯୋଗୁଁ ରାଜଧାନୀ ପାନାମା ନଗରୀ ସମେତ ପାନାମାର ଅଧିକାଂଶ ପ୍ରାନ୍ତ ଦୋହଲି ଯାଇଥିଲା । ନଭଶ୍ଚୁମ୍ବୀ ଅଟ୍ଟାଳିକାରେ ବାସ କରୁଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ।

Leave A Reply

Your email address will not be published.