Masthead

ଋଷକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଚୀନ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ଏବେ ବି ୟୁକ୍ରେନ ଓ ଋଷରେ ଲାଗି ରହିଛି ଯୁଦ୍ଧ । ବନ୍ଦ ହେବାର ନା ନେଉନାହିଁ । ସେପଟେ ଋଷକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଚୀନ ଚିନ୍ତା କରିଛି । ପ୍ରାରମ୍ଭିକ ଆମେରିକୀୟ ଗୋଇନ୍ଦା ସୂଚନା ଅନୁସାରେ ୟୁକ୍ରେନ୍ ବିରୋଧରେ ଲଢ଼ିବା ଲାଗି ଚୀନ୍ ମାରାତ୍ମକ ଅସ୍ତ୍ରଶସ୍ତ୍ର ରୁଷ୍‌କୁ ଦେବାକୁ ଚିନ୍ତା କରୁଛି। ଯଦି ସୂଚନା ସତ ହୁଏ ଏବଂ ଚୀନ୍ ରୁଷ୍‌କୁ ଅସ୍ତ୍ରଶସ୍ତ୍ରରେ ସାହାଯ୍ୟ କରେ ତେବେ ୟୁକ୍ରେନ୍ ଯୁଦ୍ଧ ରୁଷ୍ ସପକ୍ଷରେ ଯିବା ନିଶ୍ଚିତ।

ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ, ସିଆଇଏ ନିର୍ଦ୍ଦେଶକ ୱିଲିୟମ୍ସ ବର୍ଣ୍ଣସଙ୍କ ସମେତ ଆମେରିକା ପ୍ରଶାସନର ବହୁ ବରିଷ୍ଠ ନେତା ଓ ଅଧିକାରୀ ଉକ୍ତ ଗୋପନୀୟ ଗୁଇନ୍ଦା ରିପୋର୍ଟକୁ ବିଶ୍ବାସ କରୁଛନ୍ତି ଏବଂ ରୁଷ୍‌କୁ ସାହାଯ୍ୟ ନ କରିବା ପାଇଁ ଚୀନ୍‌କୁ ଚେତାବନୀ ଦେଇଛନ୍ତି। ତେବେ ଚୀନ୍ ପକ୍ଷରୁ ରୁଷ୍‌କୁ ଅସ୍ତ୍ରଶସ୍ତ୍ର ଦେବା ଲାଗି କୌଣସି ଯୋଜନା ନାହିଁ ବୋଲି କହି ଚୀନ୍ ଉକ୍ତ ଅଭିଯୋଗକୁ ଅସ୍ବୀକାର କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ