Masthead

ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଦ୍ଧୁଙ୍କ ବଢିଲା ଅଡୁଆ

(ବଡ଼ ଖବର ବ୍ୟୁରୋ): କଂଗ୍ରେସ ମୁଖ୍ୟ ନବଜୋତ ସିଦ୍ଧୁ ଏବେ ଅଡୁଆରେ ପଡିଛନ୍ତି । ନିକଟରେ ସିଦ୍ଧୁଙ୍କ ଦଳରେ ଯୋଗ ଦେଇଥିବା ପାରା ଲାଲ ଗର୍ଗ ଏବଂ ଲାଲବନ୍ଦର ମାଲି ଗତ ସପ୍ତାହରେ ପାକିସ୍ଥାନ ଏବଂ କାଶ୍ମିର ଉପରେ ବିବାଦିୟ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଏବେ ବିବାଦରେ ପଡିଛନ୍ତି ନବଜୋତ ସିଦ୍ଧୁ । ସିଦ୍ଧୁଙ୍କ ବୟାନକୁ ନେଇ ବିବାଦ ବଢୁଥିବାରୁ କଂଗ୍ରେସ ନିଜର ଅନ୍ତିମ ରାୟ ଶୁଣାଇଛି । ଏହି ବିବାଦିୟ ବୟାନ ପାଇଁ ସିଦ୍ଧୁ ତାଙ୍କ ପରାମର୍ଶଦାତାଙ୍କୁ ବହିଷ୍କାର କରନ୍ତୁ ନଚେତ୍ ଦଳ ଏପରି କରିବାକୁ ବାଧ୍ୟ ହେବ ବୋଲି କଂଗ୍ରେସର ବରିଷ୍ଠ ନେତା ହରିଷ ରାୱତ୍ କହିଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରନ୍ଦିର ସିଂହଙ୍କ କ୍ୟାମ୍ପ ମଧ୍ୟ ଏହି ପ୍ରସଙ୍ଗରେ ସିଦ୍ଧୁଙ୍କୁ ଟାର୍ଗେଟ କରିଛି ।

ଏହି ସବୁ ଭିତରେ ହରିଶ ରାୱତ୍ କହିଛନ୍ତି ଯେ ବିବାଦିୟ ବୟାନକୁ କୌଣସି କ୍ୟାମ୍ପ ବିରୋଧ କରୁନି । ଦିଆଯାଇଥିବା ବୟାନକୁ ସମଗ୍ର ଦଳ ଓ ରାଜ୍ୟ ବିରୋଧ କରୁଛି । ଜାମ୍ମୁ କାଶ୍ମୀର  ଉପରେ ଦଳର ଏକ ରେଖା ଅଛି । ଏହା ଭାରତର ଏକ ଅଂଶ। ଯେଉଁ ପରମର୍ଶଦାତା ମାନେ ଏପରି ବୟାନ ଦେଇଛନ୍ତି ସେମାନେ ଦଳରେ ନିଯୁକ୍ତି ପାଇନଥିଲେ । ଆମେ ସିଦ୍ଧୁଙ୍କୁ ସେମାନଙ୍କୁ ଦଳରୁ ବହିଷ୍କାର କରିବା ପାଇଁ କହିଛୁ,ଯଦି ସିଦ୍ଧୁ ଏପରି ପଦକ୍ଷେପ ନିଅନ୍ତି ନାହିଁ ତେବେ ବାଧ୍ୟ ହୋଇ ଆମେ ନିଷ୍ପତି ନବୁ ।

ରାୱତ ସିଂଙ୍କ ବିରୋଧରେ ବିଦ୍ରୋହ ପ୍ରଦର୍ଶନ କରି କହିଛନ୍ତି ଯେ ବୁଧବାର ସେ ଯେଉଁ ନେତାମାନଙ୍କୁ ଭେଟିଥିଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଅପସାରଣ ପାଇଁ ଚାହୁଁନାହାଁନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଚାଲିଥିବା ସଙ୍କଟ ଦଳର ନେତୃତ୍ୱଙ୍କ ଦକ୍ଷତା ଉପରେ ଏକ ମନ୍ତବ୍ୟ ଦେଇପାରେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ୧୨ ଜିଲ୍ଲାକୁ ସତର୍କ ସୂଚନା 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ