Masthead

ଅଲିମ୍ପିକ୍ସରେ ଚତୁର୍ଥ ଦିନ ଭାରତ ପାଇଁ ନିରାଶା

(ବଡ଼ ଖବର ବ୍ୟୁରୋ): ଅଲିମ୍ପିକ୍ସରେ ଚତୁର୍ଥ ଦିନ ଭାରତ ପାଇଁ ନିରାଶା ଆଣିଛି । ଅନେକ ପ୍ରତିଯୋଗୀ ନିଜ ନିଜ ମୁକାବିଲା ହାରିବା ସହ ପ୍ରତିଯୋଗିତାରୁ ବାଦ ପଡ଼ିଛନ୍ତି । ବିଶେଷ କରି ମାନିକା ବାତ୍ରା, ପୁରୁଷ ତୀରନ୍ଦାଜ ଟିମ୍, ସୁମିତ ନାଗଲ ମ୍ୟାଚ ହାରି ଚଳିତ ଅଲିମ୍ପିକ୍ସରୁ ବାଦ ପଡ଼ିଛନ୍ତି । ମାନିକା ବାତ୍ରା ସୋମବାର ତୃତୀୟ ରାଉଣ୍ଡ ମୁକାବିଲା ପାଇଁ ଓହ୍ଲାଇଥିଲେ । ସେ ପୁରା ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ବେଳେ ପରାସ୍ତ ହୋଇଛନ୍ତି । ତୃତୀୟ ରାଉଣ୍ଡ ମ୍ୟାଚରେ ସେ ପ୍ଲୋକାନୋଭାଙ୍କ ଠାରୁ ସିଧାସେଟରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି ।

ସୋମବାର ଅପରାହ୍ନରେ ଅନୁଷ୍ଠିତ ମ୍ୟାଚରେ ପ୍ଲୋକାନେଭା ୧୧-୮,୧୧-୨,୧୧-୫, ୧୧-୭ ସେଟରେ ମାନିକାଙ୍କୁ ପରାସ୍ତ କରିଥିଲେ । ସେହିଭଳି ସୁମିତ ନାଗଲ ନିଜର ଦ୍ୱିତୀୟ ରାଉଣ୍ଡରେ ରୁଷର ଦ୍ୱିତୀୟ ସିଡ୍ ଦାନିଏଲ ମେଦେବିଦେବଙ୍କ ଠାରୁ ହାରି ପଦକ ଦୌଡ଼ରୁ ବାଦ ପଡ଼ିଛନ୍ତି । ଅନ୍ୟମାନଙଅକ ମଧ୍ୟରେ ଯଦି ଦେଖିବା ପୁରୁଷ ତୀରନ୍ଦାଜ ଟିମ୍ କ୍ୱାର୍ଟର ଫାଇନାଲରେ କୋରିଆ ଠାରୁ ହାରି ପଦକ ଦଯଡ଼ରୁ ବାଦ ପଡ଼ିଛନ୍ତି ।

ଫେନ୍ସିଂରେ ଭାରତର ପ୍ରଥମ ମହିଳା ଭାବେ ସାମିଲ ହୋଇଥିବା ଭାବନା ଦେବୀ ପ୍ରଥମ ରାଉଣ୍ଡ ମ୍ୟାଚ ଜିତି ରେକର୍ଡ କରିଥିବା ବେଳେ ପରବର୍ତ୍ତୀ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି । ଅନେକ ପ୍ରତିଯୋଗୀ ଭାରତକୁ ନିରାଶ କରିଥିବା ବେଳେ ବିଶେଷକରି ରେସଲିଂ, ବକ୍ସିଂରୁ ପଦକର ଆଶା ବଢ଼ିଯାଇଛି । ବର୍ତ୍ତମାନ ସମସ୍ତ ପ୍ରେସର ଏହି ମାନଙ୍କ ଉପରେ ରହିଛି । ଆଗାମୀ ଦିନରେ ବ୍ୟକ୍ତିଗତ ଇଭେଣ୍ଟରୁ ଭାରତକୁ ଆହୁରି କିଛି ସଫଳତା ମିଳିବା ନେଇ ଆସା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି