Masthead

କୋକରେ ଚାଇନାର ଘାଟି, ଭାରତର ପ୍ରତି ବିପଦ ଆଶଙ୍କା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କୋକ୍ ଦ୍ୱୀପରେ ଚାଇନାର ଗୁପ୍ତଚର ଘାଟି । ଭାରତର ସୁରକ୍ଷା ପ୍ରତି ବିପଦ ଆଶଙ୍କା । ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜଠାରୁ ୫୫ କିଲୋମିଟର ଦୂରରେ ଅବସ୍ଥିତ ମିଆଁମାରର ଗ୍ରେଟ୍‌ କୋକୋ ଆଇଲାଣ୍ଡ । ସେଠାରେ ଚାଇନାର ସନ୍ଦିଗ୍ଧ ଗୁପ୍ତଚର ଘାଟି ନିର୍ମାଣ କରିଛି । ଯାହା ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ମକ୍ସର ଟେକ୍‌ନୋଲୋଜିଜ୍‌ ଦ୍ୱାରା ଗତ ଜାନୁଆରୀରେ ସଂଗୃହୀତ ସାଟେଲାଇଟ୍‌ ଫଟୋରୁ ଏହା ଜଣାପଡ଼ିଛି। ଗ୍ରେଟ୍‌ କୋକୋ ଦ୍ୱୀପର କେନ୍ଦ୍ରସ୍ଥଳରେ ଦୁଇଟି ହ୍ୟାଙ୍ଗର ଏବଂ ଉତ୍ତର ଭାଗରେ କେତେକ ବିଲ୍ଡିଂ ନିକଟରେ ନିର୍ମାଣ ହୋଇଥିବା ଏହି ଫଟୋରୁ ଜଣାପଡ଼ିଛି।

ଏଥିସହିତ ସମୁଦ୍ରକୁ ବୃହତ୍‌ ପିଅର ନିର୍ମାଣ କରାଯାଇଛି, ଯାହା ନୌସେନା କାର୍ୟ୍ୟକଳାପକୁ ବଢ଼ାଇପାରିବ। କେବଳ ସେତିକି ନୁହେଁ, ସେଠାରେ ଥିବା ଏୟାରବେସ୍‌ର ରନ୍‌ଓ୍ବେକୁ ୨,୩୦୦ ମିଟରକୁ ବୃଦ୍ଧି କରାଯାଇଛି, ଯାହାକି ୧୦ ବର୍ଷ ପୂର୍ବରୁ ମାତ୍ର ୧,୩୦୦ ମିଟର ଥିଲା। କୋକା ଦ୍ୱୀପରେ ଚାଇନାର ନିର୍ମାଣ ସମ୍ପର୍କରେ ଲଣ୍ଡନର ଚାଥମ୍‌ ହାଉସ୍‌ ପ୍ରଥମେ ଲୋକଲୋଚନକୁ ଆଣିଛି। ମିଆଁମାର ସଶସ୍ତ୍ର ସୁରକ୍ଷା ବଳ ମଧ୍ୟ ଚାଇନା ସହାୟତାରେ କୋକୋ ଆଇଲାଣ୍ଡକୁ ନୌସେନାର ସର୍ଭିଲାନ୍ସ ଅପରେସନରେ ପରିଣତ କରିବାକୁ ଚାହୁଁଥିବା ବିଶେଷଜ୍ଞମାନେ କହିଛନ୍ତି।

ଭୂରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ, କୋକୋ ଆଇଲାଣ୍ଡରେ ଚାଇନାର ଉପସ୍ଥିତି ବଢ଼ୁଥିବାରୁ ଏହା ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ରଣନୈତିକ ଅଗ୍ରଗତି ପାଇଁ ସହାୟକ ହେବ। ଏହାଦ୍ୱାରା ଷ୍ଟ୍ରେଟ୍‌ ଅଫ୍‌ ମାଲାକ୍କାକୁ ଘେରିବା ସମେତ ଭାରତ ମହାସାଗରର ବିଭିନ୍ନ ଅଞ୍ଚଳରେ ଚାଇନା ପହଞ୍ଚତ୍ପାରିବ। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଭାରତର ତିନି ସେନା କମାଣ୍ଡ ରହିଥିବାରୁ କୋକୋ ଆଇଲାଣ୍ଡରେ ଚାଇନାର ଅବସ୍ଥିତି ବୃଦ୍ଧି ଚିନ୍ତା ବଢ଼ାଇଛି। ସେଠାରୁ ଭାରତୀୟ ସୁରକ୍ଷା ବଳର ଗୁପ୍ତ ତଥ୍ୟ ଚାଇନା ହାତରେ ପଡ଼ିବା ସମ୍ଭାବନା ସୃଷ୍ଟି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି