Masthead

ଚୀନର ସାଇନୋଫାର୍ମ ଟିକାକୁ ମିଳିଲା ମଞ୍ଜୁରି

ଜେନିଭା(ବଡ଼ ଖବର ବ୍ୟୁରୋ): ଚୀନର ସାଇନୋଫାର୍ମ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଞ୍ଜୁରି । ଚୀନ ଦ୍ୱାରା ଉତ୍ପାଦିତ ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଅନୁମୋଦନ ମିଳିଛି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି ପାଇବାରେ ଏହା ହେଉଛି ଚୀନର ପ୍ରଥମ କୋଭିଡ଼ ଟିକା । ଅନୁମତି ପାଇବା ପରେ ତାହାର ମୁଖ୍ୟ ଡାକ୍ତର ଟେଡରସ ଅଧାନୋମ ଗେବ୍ରେସିୟସ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଥିଲେ । ସେ କହିଥିଲେ ସମ୍ପୂର୍ଣ୍ଣ ନିରାପତ୍ତା, ଫଳପ୍ରଦତା ଏବଂ ମାନକ ଦୃଷ୍ଟିରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସମ୍ମତି ପାଇବାରେ ସାଇନୋଫାର୍ମ ହେଉଛି ଷଷ୍ଠ ଟିକା ।

ତେବେ ବିଶ୍ୱର ୪୫ଟି ଦେଶ ଓ ସାର୍ବଭୌମ ଅଞ୍ଚଳରେ ପ୍ରାପ୍ତ ବୟସ୍କ ମାନଙ୍କୁ ପ୍ରାୟ ୬୫ନିୟୁତ ଡୋଜ ସାଇନୋଫାର୍ମ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । କିନ୍ତୁ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଞ୍ଜୁରି ଦେଇ ନଥିବା କାରଣରୁ ଅନ୍ୟ ଦେଶ ଏହାକୁ ବ୍ୟବହାର କରିବାକୁ କୁଣ୍ଠାବୋଧ କରୁଥିଲେ । ଆଷ୍ଟ୍ରାଜେନିକା, ମଡର୍ଣ୍ଣା, ଜନସନ ଆଣ୍ଡ ଜନସନ ଆଦି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ପାଇସାରିଥିଲେ । ଉପଯୁକ୍ତ ତଥ୍ୟାବଳୀ ଅଭାବରୁ ଏହି ଟିକାକୁ ଅନୁମୋଦନ ମିଳିନଥିଲା । ତେବେ ଚାଇନା ନ୍ୟାସନାଲ ବାୟୋଟେକ ଗ୍ରୁପ ମାଲିକାନାରେ ଥିବା ବେଜିଙ୍ଗ ବାୟୋ ଇନଷ୍ଟିଚ୍ୟୁଟ ଅଫ ବାୟୋଲୋଜିକାଲ ପ୍ରଡକ୍ଟସ କୋ ଲିମିଟେଡ଼ ଦ୍ୱାରା ସାଇନୋଫାର୍ମ ପ୍ରସ୍ତୁତ କରାଯାଉଛି । ତେବେ ଏହି ଟିକା କରୋନା ଭାଇରସ ବିପକ୍ଷରେ ୭୯% ଫଳପ୍ରଦ ରହୁଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର