Masthead

ଚୀନର ସାଇନୋଫାର୍ମ ଟିକାକୁ ମିଳିଲା ମଞ୍ଜୁରି

ଜେନିଭା(ବଡ଼ ଖବର ବ୍ୟୁରୋ): ଚୀନର ସାଇନୋଫାର୍ମ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଞ୍ଜୁରି । ଚୀନ ଦ୍ୱାରା ଉତ୍ପାଦିତ ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଅନୁମୋଦନ ମିଳିଛି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି ପାଇବାରେ ଏହା ହେଉଛି ଚୀନର ପ୍ରଥମ କୋଭିଡ଼ ଟିକା । ଅନୁମତି ପାଇବା ପରେ ତାହାର ମୁଖ୍ୟ ଡାକ୍ତର ଟେଡରସ ଅଧାନୋମ ଗେବ୍ରେସିୟସ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଥିଲେ । ସେ କହିଥିଲେ ସମ୍ପୂର୍ଣ୍ଣ ନିରାପତ୍ତା, ଫଳପ୍ରଦତା ଏବଂ ମାନକ ଦୃଷ୍ଟିରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସମ୍ମତି ପାଇବାରେ ସାଇନୋଫାର୍ମ ହେଉଛି ଷଷ୍ଠ ଟିକା ।

ତେବେ ବିଶ୍ୱର ୪୫ଟି ଦେଶ ଓ ସାର୍ବଭୌମ ଅଞ୍ଚଳରେ ପ୍ରାପ୍ତ ବୟସ୍କ ମାନଙ୍କୁ ପ୍ରାୟ ୬୫ନିୟୁତ ଡୋଜ ସାଇନୋଫାର୍ମ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । କିନ୍ତୁ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଞ୍ଜୁରି ଦେଇ ନଥିବା କାରଣରୁ ଅନ୍ୟ ଦେଶ ଏହାକୁ ବ୍ୟବହାର କରିବାକୁ କୁଣ୍ଠାବୋଧ କରୁଥିଲେ । ଆଷ୍ଟ୍ରାଜେନିକା, ମଡର୍ଣ୍ଣା, ଜନସନ ଆଣ୍ଡ ଜନସନ ଆଦି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ପାଇସାରିଥିଲେ । ଉପଯୁକ୍ତ ତଥ୍ୟାବଳୀ ଅଭାବରୁ ଏହି ଟିକାକୁ ଅନୁମୋଦନ ମିଳିନଥିଲା । ତେବେ ଚାଇନା ନ୍ୟାସନାଲ ବାୟୋଟେକ ଗ୍ରୁପ ମାଲିକାନାରେ ଥିବା ବେଜିଙ୍ଗ ବାୟୋ ଇନଷ୍ଟିଚ୍ୟୁଟ ଅଫ ବାୟୋଲୋଜିକାଲ ପ୍ରଡକ୍ଟସ କୋ ଲିମିଟେଡ଼ ଦ୍ୱାରା ସାଇନୋଫାର୍ମ ପ୍ରସ୍ତୁତ କରାଯାଉଛି । ତେବେ ଏହି ଟିକା କରୋନା ଭାଇରସ ବିପକ୍ଷରେ ୭୯% ଫଳପ୍ରଦ ରହୁଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି