ଚାକିରି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମନ୍ତ୍ରୀ ସୁଜିତ ବୋଷଙ୍କ ଘରେ ଇଡି ରେଡ

ପଶ୍ଚିମବଙ୍ଗ(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଘରେ ରେଡ । ମନ୍ତ୍ରୀ ସୁଜିତ ବୋଷଙ୍କ ଘରେ ରେଡ୍ । ଚାକିରି ଦୁର୍ନୀତି ମାମଲାରେ ରେଡ କରିଛି ଇଡି। ଆଜି ସକାଳୁ ସକାଳୁ ଇଡି ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଏହି ମନ୍ତ୍ରୀ ସୁଜିତ ବୋଷ ପଶ୍ଚିମବଙ୍ଗର ଅଗ୍ନିଶମ ଓ ଜରୁରୀକାଳୀନ ସେବା ମନ୍ତ୍ରୀ । ଇଡି ସୁଜିତଙ୍କ ୨ଟି ଘର ସମେତ ଟିଏମସି ବିଧାୟକ ତାପସ ରୟଙ୍କ ଘର ଓ ମ୍ୟୁନିସିପାଲିଟିର ପୂର୍ବତନ ଭାଇସ ଚେୟାରମ୍ୟାନଙ୍କ ଘରେ ପଶିଛି। ପଶ୍ଚିମବଙ୍ଗରେ ଚାକିରି ଦୁର୍ନୀତି ମାମଲା ସାମନାକୁ ଆସିବା ପରେ ଗତ ଏପ୍ରିଲ ମାସରେ ହାଇକୋର୍ଟ ସିବିଆଇ ତଦନତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସିବିଆଇ ଓ ଇଡି ଏହି ମାମଲାକୁ ନେଇ ତନାଘନା ଚଳାଇଛନ୍ତି। କିଛି ଦିନ ପୂର୍ବେ ରାସନ ସ୍କାମରେ ଚଢାଉ ସମୟରେ ଇଡି ଅଧିକାରୀଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ବହୁ ଅଧିକାରୀ ଆହତ ହୋଇଥିଲେ ଏବଂ ଗାଡିର ଝରକା ମଧ୍ୟ ଭାଙ୍ଗି ଯାଇଥିଲା। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ମମତା ସରକାରଙ୍କଠାରୁ ରିପୋର୍ଟ ମାଗିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’