Masthead

ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଟକ୍କର

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ):  ଉପନିର୍ବାଚନ ପାଇଁ ଚଳଚଞ୍ଚଳ ଝାରସୁଗୁଡ଼ା । ଆସନ୍ତା ୭କୁ ଅପେକ୍ଷା । ସେଦିନ ହେବ ମୁଖ୍ୟମନ୍ତ୍ରୀ ବନାମ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଟକ୍କର। ନିଜ ନିଜ ପ୍ରାର୍ଥୀଙ୍କ ପାଇଁ କରିବେ ଭୋଟ ଭିକ୍ଷା । ନିର୍ବାଚନୀ ସଭା ଓ ରୋଡ ସୋ ମାଧ୍ୟମରେ ଭୋଟରଙ୍କୁ କରିବେ ଆକୃଷ୍ଟ। ଝିଅ ଦୀପାଲିଙ୍କ ପାଇଁ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବା ନେଇ ବିଜେଡି ଶିବିର ଉତ୍ଫୁଲ୍ଲିତ । ନବୀନଙ୍କ ଗସ୍ତ ଭୋଟ ବ୍ୟବଧାନକୁ ଦୁଇଗୁଣତ କରିବ ବୋଲି ଦମ୍ଭୋକ୍ତି ବାଢିଛନ୍ତି ଦଳୀୟ ନେତା ।

କର୍ଣ୍ଣାଟକ ନିର୍ବାଚନ ଥିଲେ ସୁଦ୍ଧା ଝାରସୁଗୁଡ଼ା ଉପନିର୍ବାଚନକୁ ଗୁରୁତ୍ୱ ଦେଇଛି ବିଜେପି । ସେଇ ୭ରେ ପ୍ରଚାର ମଇଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁଙ୍କ ଭଳି ଅନେକ ନେତା ନବୀନଙ୍କୁ ଟକ୍କର ଦେବା ପାଇଁ କରିବେ ମାରାଥନ ପ୍ରଚାର। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ମୁଦା କରି ବିଜେଡିକୁ ଦେବେ ଚେକ୍।  ସଣ୍ଡେରେ ଜମିବ ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ମଇଦାନ। ହେବ ହେବିୱଟଙ୍କ ଲଢେଇ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ