Masthead

କଂଗ୍ରେସ ଭବନରେ ଗୋଷ୍ଠୀ ସଙ୍ଘର୍ଷ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସ ଭବନରେ ଗୋଷ୍ଠୀ ସଙ୍ଘର୍ଷ । ପୁଣି କଂଗ୍ରେସ ଭବନ ପାଲଟିଲା ରଣକ୍ଷେତ୍ର ।ଦୁଇ ଗୋଷ୍ଠୀ ହେଲେ ମୁହାଁମୁହିଁ । ଓବିସି ସେଲର ଆଜି ବସିଥାନ୍ତା ବୈଠକ । ମାତ୍ର ବୈଠକ ପୂର୍ବରୁ ରାଜ୍ୟ କଂଗ୍ରେସ ଭବନରେ ଘଟିଛି ତୁମୁଳକାଣ୍ଡ । ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଛି ମାରପିଟ । ଦଳର ଗୋଟିଏ ଗୋଷ୍ଠୀ ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁ ବାରିକଙ୍କୁ ରୁମରେ ପକାଇଲେ ତାଲା । ଜଗତସିଂହପୁରରେ କଂଗ୍ରେସ କର୍ମୀ ବିଜେଡି ସହ ହାତ ମିଳାଇଥିବା ନେଇ ହୋଇଛି ଅଭିଯୋଗ ।

ଗଣ୍ଡଗୋଳରେ ଚିରଂଜୀବି ବିଶ୍ୱାଳଙ୍କ ସମର୍ଥକ ଥିବା ହେଉଛି ଚର୍ଚ୍ଚା । ଏହି ଘଟଣାରେ ଜଟଣୀ ବିଧାୟକ ସୁର ରାଉତରାୟ ଉତ୍ୟକ୍ତ କର୍ମୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏହି ଘଟଣାରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କହିଛନ୍ତି ଦଳ ବିଶୃଙ୍ଖଳାକାରୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଷ୍ଣୁ । କହିଛନ୍ତି ମୁଁ କୌଣସି ଦଳ ବିରୋଧି କାମରେ ହୋଇନି ଲିପ୍ତ । ଏପରି କି ତାଙ୍କୁ ମାଡ ମରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ବିଷ୍ଣୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ