Masthead

ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ

ଶୀତଳଷଷ୍ଠୀ ପାଇଁ ସରକାରୀ ଅନୁଦାନ ଘୋଷଣା । ୫୦ଲକ୍ଷର ଆର୍ଥିକ ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ନିଜସ୍ୱ ପାଣ୍ଠିରୁ ୫୦ ଲକ୍ଷ ପ୍ରଦାନ କରିଛନ୍ତି । ପ୍ରଚାର ପ୍ରସାର କରିବାକୁ ଅନୁଦାନ ଘୋଷଣା କରାଯାଇଛି । ବିଜେପି ସରକାର ଆସିବା ପରଠାରୁ ଐତିହ୍ୟ ସଂସ୍କୃତି କ୍ଷେତ୍ରରେ ବ୍ୟାପକ ଭାବରେ ବିକାଶ କରୁଛି । ଓଡ଼ିଶାର ବିକାଶ ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଶୀତଳଷଷ୍ଠୀ ଯାତ୍ରାକୁ ଆହୁରି ଭବ୍ୟ ଓ ପ୍ରଚାର ପ୍ରସାର ପାଇଁ ଅନୁବାଦ ପ୍ରଦାନ କରାଯାଇଥିବା ନେଇ ଏକ୍ସ୍ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେପି ସରକାର ଆସିବା ପରଠାରୁ ଐତିହ୍ୟ ସଂସ୍କୃତି କ୍ଷେତ୍ରରେ ବ୍ୟାପକ ଭାବରେ ବିକାଶ ଘଟୁଛି । ଓଡ଼ିଶାର ସଂସ୍କୃତି କିପରି ଆଗକୁ ବଢିବ ସେ ନେଇ ଆଲୋଚନା କରାଯାଉଛି । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଶୀତଳଷଷ୍ଠୀ ହେଉଛି ଆମ ପରମ୍ପରା ଓ ସଂସ୍କୃତି । ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ସାରା ଓଡ଼ିଶାରେ ପରିଚିତ । ଏହି ପର୍ବକୁ ବରଗଡ଼ ଜିଲ୍ଲାରେ ବେଶ ଆଡମ୍ବର ସହ ପାଳନ କରାଯାଏ । ମେ ୩୧ ରେ ପାଳନ ହେବାକୁ ଯାଉଥିବା ଶୀତଳଷଷ୍ଠୀ ଯାତ୍ରା ଏବେ ଖୁବ୍ ଆଡମ୍ବର ସହ ହେବାକୁ ଯାଉଛି । ତା ସହ ମୋହନ ମାଝୀ ୫୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ