Masthead

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୧୦

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି ତୈଳ ଦର । ଗତ ୭ଦିନ ହେଲାଣି ପ୍ରତ୍ୟେକ ଦିନ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେବାରେ ଲାଗିଛି । ଯାହାକି ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକଙ୍କ ଉପରେ ଚଡ଼କ ସୃଷ୍ଟି କରିଛି । ତେବେ ଏହାମଧ୍ୟରେ ଆଜି ପୁଣି ବଢ଼ିଛି ତୈଳଦର ।

ଆଜି ପେଟ୍ରୋଲ ଦରରେ ୩୫ପଇସା ବୃଦ୍ଧି ପାଇଛି । ୩୫ପଇସା ବୃଦ୍ଧି ପାଇବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୧୦.୦୪ ପଇସା ହୋଇଥିବା ବେଳେ ଡିଜେଲ ୯୮.୪୨ପଇସା ରହିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଏବେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧୦.୬୯ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦର ମଧ୍ୟ ୧୦୭.୩୯ପଇସା ରହିଛି ।

ମାଲକାନଗିରିରେ ଏବେ ପେଟ୍ରୋଲ ଲିଟର ପିଛା ୧୧୫.୯୦ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୧୧୨.୩୯ଟଙ୍କା ରହିଛି। ସେହିଭଳି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୫.୮୫ଟଙ୍କା, ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା୧୦୬.୬୬, କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୦.୫୦ ଟଙ୍କା ରହିଥିବା ଜଣାପଡ଼ିଛି। ବଢ଼ୁଥିବା ତୈଳ ଦରକୁ ନେଇ ଖାଉଟି ମାନେ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି । ଶାସକ ବିଜେଡି ଦଳ ରାସ୍ତାକୁ ଆସି ପ୍ରତିବାଦ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ