Masthead

ସିଏମସି ଜାରି କଲା ନୂଆ ଗାଇଡ଼ଲାଇନ

କଟକ(ବଡ଼ ଖବର ବ୍ୟୁରୋ): କରୋନା ମୃତ୍ୟୁସଂଖ୍ୟା କମିଥିଲେ ମଧ୍ୟ ଯାଇନି ସଂକ୍ରମଣର ଭୟ । କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ(ସିଏମସି) ଜାରି କରିଛି ନୂଆ ଗାଇଡଲାଇନ୍ । ମାଙ୍ଗଳିକ କାର୍ଯ୍ୟ ଏବଂ ମୃତ୍ୟୁ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଜାରି ହୋଇଛି ଏହି ଗାଇଡଲାଇନ୍ ।

ନୂତନ ନିୟମ ଅନୁଯାୟୀ, ମାଙ୍ଗଳିକ କାର୍ଯ୍ୟରେ ୧୦୦ ଏବଂ ମୃତ୍ୟୁ ରୀତିନୀତି ପାଇଁ ୫୦ଜଣଙ୍କୁ ଅନୁମତି ଦିଆଯିବ । ସମସ୍ତ କାର୍ଯ୍ୟକ୍ରମଗୁଡିକ ପାଇଁ ଅନୁମତି ସ୍ଥାନୀୟ ଥାନା, ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପାଖରୁ ନେବା ବାଧ୍ୟତାମୂଳକ କରାଯାଇଛି । କୌଣସି ପ୍ରକାରର ବିବାହ ପ୍ରସେସନ ପାଇଁ ଅନୁମତି ମିଳିବ ନାହିଁ । ଏହା ସହିତ ଅନ୍ତିମ ସଂସ୍କାର ସମ୍ବନ୍ଧୀୟ କାର୍ଯ୍ୟରେ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କାର୍ଯ୍ୟକ୍ରମକୁ ଯଥା ସମ୍ଭବ ଦୂରେଇ ରଖାଯିବ।

ଅନ୍ୟପଟେ, ବୃଦ୍ଧ ବୃଦ୍ଧା, ଗର୍ଭବତୀ, ୧୦ ବର୍ଷରୁ କମ୍ ପିଲା କିମ୍ବା ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ମଧ୍ୟ ଏହି କାର୍ଯ୍ୟରେ ଯୋଗଦେବାକୁ ଅନୁମତି ନାହିଁ । କାର୍ଯ୍ୟକ୍ରମର ଆୟୋଜକ ଆୟୋଜନ ସ୍ଥାନର ପ୍ରବେଶ ପଥରେ ସମସ୍ତ ଅଂଶଗ୍ରହଣକାରୀଙ୍କ ଥର୍ମାଲ୍ ସ୍କ୍ରିନିଂ କରାଇବେ। କାର୍ଯ୍ୟକ୍ରମ ସମୟରେ ଅଂଶଗ୍ରହଣକାରୀଙ୍କ ଦ୍ୱାରା ସବୁ ସମୟରେ ଅତି କମରେ ୬ ଫୁଟର ଶାରୀରିକ ଦୂରତା ରଖିବା ସହିତ ଅଂଶଗ୍ରହଣକାରୀମାନେ ଖାଇବା ସମୟକୁ ଛାଡ଼ି ଅନ୍ୟ ସମସ୍ତ ସମୟରେ ବାଧ୍ୟତାମୂଳକ ଭାବରେ ମାସ୍କ ବ୍ୟବହାର କରିବେ। ହଲ୍ ଭିତରେ ଛେପ ପକାଇବା ଏବଂ ପାନ, ଗୁଟକା ଇତ୍ୟାଦି ଚୋବାଇବା ସମ୍ପୂର୍ଣ୍ଣ ନିଷେଧ ।

କାର୍ଯ୍ୟକ୍ରମର ଆୟୋଜକ ସେହି ସ୍ଥାନରେ ହାତ ସାନିଟାଇଜେସନ୍ କିମ୍ବା ଧୋଇବାର ପର୍ଯ୍ୟପ୍ତ ବ୍ୟବସ୍ଥା ନିଶ୍ଚିତ ରହିବ । ଉପରୋକ୍ତ ନିର୍ଦ୍ଦେଶାବଳୀର କୌଣସି ଉଲ୍ଲଘଂନ ହେଲେ ହଲର ମାଲିକମାନେ ଦଣ୍ଡିତ ହେବେ । କଲ୍ୟାଣ ମଣ୍ଡପ, କନଭେନସନ୍ ହଲ, ବିବାହ ମଣ୍ଡପର ମାଲିକ ଆୟୋଜଙ୍କ ନାମ, କାର୍ଯ୍ୟକ୍ରମର ୭ଦିନ ପୂର୍ବରୁ ସିଏମସିଙ୍କୁ ସବିଶେଷ ବିବରଣୀ ପ୍ରଦାନ କରିବେ । ନୂଆ ଗାଇଡ ଲାଇନ୍ ଆସନ୍ତା ୨୫ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ