Masthead

କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ସରକାର ସମନ୍ୱୟ ରଖି କାର୍ଯ୍ୟ କରନ୍ତୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବୁଧବାର ଦେଶରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅମ୍ଳଜାନ ଓ ଔଷଧ ଯୋଗାଣ ଓପରେ ଏହି ବୈଠକରେ ସମୀକ୍ଷା କରାଯାଇଛି । ଅକ୍ସିଜେନ ଅଭାବ ନେଇ କେତେକ ରାଜ୍ୟ ବାରମ୍ବାର ଅଭିଯୋଗ କରୁଥିବାରୁ ଏହା କିପରି ଦୂର ହେବ ଏନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଓ ଅଧିକାରୀଙ୍କୁ ଏନେଇ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଅକ୍ସିଜେନର ଆବଶ୍ୟକତା ୩ଗୁଣରୁ ଅଧିକ ବଢ଼ିଯାଇଥିବା ନେଇ ପ୍ରଧାନମନ୍ତ୍ରୀ ଅବଗତ କରାଇଛନ୍ତି ।

କେତେ ଅକ୍ସିଜେନ ଉପଲବ୍ଧ ହେଉଛି, କରୋନା ମୁକାବିଲା ପାଇଁ କେତେ ପରିମାଣର ଔଷଧ ମହଜୁଦ ରହିଛି, ସମ୍ପୂର୍ଣ୍ଣ ସ୍ଥିତିର ସମୀକ୍ଷା କରାଯାଇଛି । କିଛି ରାଜ୍ୟରେ ଭେଂଟିଲେଟର କାର୍ଯ୍ୟକ୍ଷମ ନହୋଇ ପଡିଥିବା ବେଳେ ଏଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଦେଶର ଫାର୍ମାଚ୍ୟୁଟିକାଲ କ୍ଷେତ୍ର ବେଶ ପ୍ରଭାବଶାଳୀ, ଆବଶ୍ୟକ ଔଷଧ ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସେମାନଙ୍କ ସହ ସମନ୍ୱୟ ରତ୍କ କାର୍ଯ୍ୟ କରିଆସୁଛି । ରେମଡେସିଭିର୍ ସମେତ କୋଭିଡ ପାଇଁ ଆବଶ୍ୟକ ଔଷଧ କିପରି ଉପଲବ୍ଧ ହେବ ଏହା ଉପରେ ନଜର ରଖିଛନ୍ତି କେନ୍ଦ୍ର ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା