Masthead

କେରଳରେ ଘୋଷଣା ହେଲା ସମ୍ପୂର୍ଣ୍ଣ ଲକଡାଉନ

କୋଚି(ବଡ଼ ଖବର ବ୍ୟୁରୋ): ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେରଳରେ ଘୋଷଣା ହେଲା ସମ୍ପୂର୍ଣ୍ଣ ଲକଡାଉନ । ମେ ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ ବଳବତ୍ତର ରହିବ । ଏନେଇ ଆଜି ଟ୍ୱିଟ କରି କେରଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି । କରୋନାର ଦ୍ୱିତୀୟ ଲହରରେ ଦ୍ରୁତ ସଂକ୍ରମଣ ଘଟୁତିବାରୁ ଏପରି କରାଯାଇଥିବା କୁହାଯାଇଛି । ତେବେ ବୁଧବାର ରାଜ୍ୟରେ ସର୍ବାଧିକ ସଂକ୍ରମଣ ୪୧ହଜାରରୁ ଅଧିକ ହେବାରୁ ସରକାରଙ୍କ ଚିନ୍ତା ବଢ଼ିଥିଲା । ଏହାର ସମୀକ୍ଷା କରିବା ପରେ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଜାରି କରାଯାଇଛି ।

ସେହିପରି ବିଭିନ୍ନ ଅଞ୍ଚଳରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଆଣି ରାଜ୍ୟର ୱାର୍ଡ଼ ସ୍ତରୀୟ କମିଟି ଏବଂ ରାପିଡ଼ ରେସପନସ ଟିମକୁ ସଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ପୂର୍ବରୁ କହିଥିଲେ । ଏହାଛନା କେରଳରେ ସଂକ୍ରମଣକୁ ରୋକିବାକୁ କଡ଼ା ପଦକ୍ଷେପ ନିଆଯିବ ବୋଲି ମଧ୍ୟ କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ