Masthead

ଜବତ ହେଲା ଗଞ୍ଜେଇ ବୋଝେଇ ବୋଲେରୋ, ମାଫିଆ ଫେରାର

ଲମତାପୁଟ(ବଡ଼ ଖବର ବ୍ୟୁରୋ): ପୁଷ୍ପା ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ମାଫିଆ । ମାଡ଼ିବସିଲା ପାଡୁଆ ପୋଲିସ। ପାଡୁଆ ପୋଲିସକୁ ବିଶେଷ ସୂତ୍ରରୁ ଆନ୍ଧ୍ର ନମ୍ବରର ଏକ ବୋଲେରରେ ଗଞ୍ଜେଇ ପାଡୁଆ ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶକୁ ଚୋରା ଚାଲାଣ ହେଉଥିବା ନେଇ ଖବର ଥିଲା ।  ପୋଲିସ ଥାନା ନିକଟରେ ଗାଡି ସବୁ ଯାଞ୍ଚ କରୁଥିବା ବେଳେ ମାଫିଆ ମାନେ ନମ୍ବର ବଦଳାଇ ଓଡିଶା ନମ୍ବର ପ୍ଲେଟ ଲଗାଇ ଥାନା ଅଭିମୁଖେ ଆସୁଥିବା ଦେଖିଥିଲା ପୋଲିସ ।

ଗାଡିଯାଞ୍ଚ ହେଉଥିବା ଦେଖି ମାଫିଆ ଗାଡିକୁ ବିପରୀତ ଦିଗକୁ ବୁଲାଇ ଚାଟୁଆ ଅଭିମୁଖେ ଚାଲି ଯାଇଥିଲା । ପୋଲିସ ପିଛା କରୁଥିବା ଦେଖି ମାଫିଆ ଚାଟୁଆ ଗ୍ରାମ ପୂର୍ବରୁ ଗାଡି ଛାଡି ଚମ୍ପଟ ମାରିଥିଲା । ପୋଲିସ ଗାଡିକୁ ଯାଞ୍ଚ କରି କିଛି ପାଇନଥିଲା । ପାଡୁଆ ଥାନାକୁ ଗାଡି ଆଣି ତନ ତନ ଯାଞ୍ଚ କରିବାରୁ ବୋଲେରର ଛାତରେ ସ୍ୱତନ୍ତ୍ର ଚାମ୍ବର କରି ଗଞ୍ଜେଇ ରଖା ଯାଇଥିବା ପାଇଥିଲା ପୋଲିସ । ୧୦୪ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏହାର ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ପୋଲିସ ସୂଚନା ଦେଇଛି । ଏବଂ ଗାଡିର ଚେସିସ ଇଂଜିନ ନମ୍ବରକୁ ବାହାର କରି ମୁଖ୍ୟ ମାଫିଆକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ପାଡୁଆ ପୋଲିସ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା