ଜବତ ହେଲା ଗଞ୍ଜେଇ ବୋଝେଇ ବୋଲେରୋ, ମାଫିଆ ଫେରାର

ଲମତାପୁଟ(ବଡ଼ ଖବର ବ୍ୟୁରୋ): ପୁଷ୍ପା ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ମାଫିଆ । ମାଡ଼ିବସିଲା ପାଡୁଆ ପୋଲିସ। ପାଡୁଆ ପୋଲିସକୁ ବିଶେଷ ସୂତ୍ରରୁ ଆନ୍ଧ୍ର ନମ୍ବରର ଏକ ବୋଲେରରେ ଗଞ୍ଜେଇ ପାଡୁଆ ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶକୁ ଚୋରା ଚାଲାଣ ହେଉଥିବା ନେଇ ଖବର ଥିଲା ।  ପୋଲିସ ଥାନା ନିକଟରେ ଗାଡି ସବୁ ଯାଞ୍ଚ କରୁଥିବା ବେଳେ ମାଫିଆ ମାନେ ନମ୍ବର ବଦଳାଇ ଓଡିଶା ନମ୍ବର ପ୍ଲେଟ ଲଗାଇ ଥାନା ଅଭିମୁଖେ ଆସୁଥିବା ଦେଖିଥିଲା ପୋଲିସ ।

ଗାଡିଯାଞ୍ଚ ହେଉଥିବା ଦେଖି ମାଫିଆ ଗାଡିକୁ ବିପରୀତ ଦିଗକୁ ବୁଲାଇ ଚାଟୁଆ ଅଭିମୁଖେ ଚାଲି ଯାଇଥିଲା । ପୋଲିସ ପିଛା କରୁଥିବା ଦେଖି ମାଫିଆ ଚାଟୁଆ ଗ୍ରାମ ପୂର୍ବରୁ ଗାଡି ଛାଡି ଚମ୍ପଟ ମାରିଥିଲା । ପୋଲିସ ଗାଡିକୁ ଯାଞ୍ଚ କରି କିଛି ପାଇନଥିଲା । ପାଡୁଆ ଥାନାକୁ ଗାଡି ଆଣି ତନ ତନ ଯାଞ୍ଚ କରିବାରୁ ବୋଲେରର ଛାତରେ ସ୍ୱତନ୍ତ୍ର ଚାମ୍ବର କରି ଗଞ୍ଜେଇ ରଖା ଯାଇଥିବା ପାଇଥିଲା ପୋଲିସ । ୧୦୪ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏହାର ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ପୋଲିସ ସୂଚନା ଦେଇଛି । ଏବଂ ଗାଡିର ଚେସିସ ଇଂଜିନ ନମ୍ବରକୁ ବାହାର କରି ମୁଖ୍ୟ ମାଫିଆକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ପାଡୁଆ ପୋଲିସ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ