Masthead

କହିଥିଲେ ୩ଶହ ଦେଲେ ୨ଶହ…ବିଜେଡି ରାଲିରେ ଛୁରାମାଡ଼

ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ): ବିଜେଡି ରାଲିରେ ଟଙ୍କା ବଣ୍ଟାକୁ ନେଇ ଗଣ୍ଡଗୋଳ ।  ଯୁବକଙ୍କୁ ଛୁରାମାଡ ।  ଗୁରୁତର ଅବସ୍ଥାରେ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲରେ ଭର୍ତ୍ତି।  ଆହତ ଯୁବକ ଜଣକ ବେତନଟି ଥାନା ଅନ୍ତର୍ଗତ ତୁଳସୀ ଚଉରା ଗ୍ରାମର ଡମ୍ବରୁଧର ମହାନ୍ତ।  ଗତକାଲି ବଡ଼ସାହି ନିର୍ବାଚନ ମଣ୍ଡଳୀର ଦୁର୍ଗାପୁର ଠାରେ ବିଜେଡି ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ପାଇଁ ରାଲିର ଆୟୋଜନ ହୋଇଥିଲା  ।

ଯେଉଁଥିରେ ରାଲିରେ ଆସିଥିବା ଲୋକଙ୍କୁ ୩ଶହ ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା । ହେଲେ ସନ୍ଧ୍ୟା ସମୟରେ ୨ଶହ ଟଙ୍କା ପ୍ରଦାନ କରିବା ପରେ ଗଣ୍ଡଗୋଳ ହୋଇଥିଲା ।  ସୁଜିତ କୁମାର ମହାନ୍ତ ନାମକ ଯୁବକ ଜଣକ ଡମ୍ବରୁଧରଙ୍କୁ ଛୁରା ମାଡ କରିଥିଲା । ଆହତ ଡମ୍ବରୁଧରଙ୍କୁ  ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ