Masthead

ଅଚିହ୍ନା ଯୁବକଙ୍କ ଶବ ସତ୍କାର

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ଅଚିହ୍ନା ଯୁବକଙ୍କ ଶବ ସତ୍କାର । ସମ୍ମାନର ଶେଷ ସଂସ୍କାର କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ । ସହରର ବିଭୂତିପଡା ଶ୍ମଶାନରେ ଅଚିହ୍ନା ଯୁବକର ଶବଦାହ କରି ମାନବିକତାର ପରିଚୟ ଦେଇଛି ସ୍ଵେଚ୍ଛାସେବୀ ସଂଗଠନ । ସୂଚନା ଅନୁସାରେ, ବଲାଙ୍ଗିର-ଦେଓଗାଁ ରାସ୍ତା ଘୁଚିପାଲି ଛକରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ଚାଲି ଯାଇଥିଲା। ଗୁରୁତର ଯୁବକଙ୍କୁ ଦେଓଗାଁ ପୋଲିସ ଉଦ୍ଧାର କରି ଅଗ୍ନିଶମ ବାହିନୀ ସହାୟତାରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ବଲାଙ୍ଗିରକୁ ଆଣିଥିଲା।

ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକଙ୍କ ପରିଚୟ ମିଳି ପାରି ନ ଥିବାରୁ ହସ୍ପିଟାଲର ଶବ ସତ୍କାର ଗୃହରେ ୭୨ ଘଣ୍ଟା ପର୍ୟ୍ୟନ୍ତ ଶବ ରଖାଯାଇଥିଲା। ଶବ ନେବା ପାଇଁ କେହି ଦାବିଦାର ନ ଥିବାରୁ ଦେଓଗାଁ ପୋଲିସ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନକୁ ଯୋଗାଯୋଗ କରିଥିଲା। ଏବଂ ମେଡିକାଲ ଓ ପୋଲିସ ପ୍ରଶାସନର ସମସ୍ତ ଔପଚାରିକତା ସରିବା ପରେ ଦେଓଗାଁ ପୋଲିସ ଉପସ୍ଥିତିରେ ଉକ୍ତ ଯୁବକର ଶବଦାହ କରିଥିଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ।ସ୍ଵେଚ୍ଛାସେବୀ ସଂଗଠନର ଏଭଳି ମହତ୍ କାର୍ୟ୍ୟକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ