Masthead

କଂଗ୍ରେସ କରୁଛି ଶସ୍ତା ରାଜନୀତି: ବିଜେପି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମେ’ ୨୮ରେ ଉଦଘାଟିତ ହେବ ନବ ନିର୍ମିତ ସଂସଦ ଭବନ । ମାତ୍ର ଉଦଘାଟନ ପୂର୍ବରୁ ଜୋର ଧରିଛି ରାଜନୀତି । ରାଷ୍ଟ୍ରପତି ଉଦଘାଟନ କରନ୍ତୁ ବୋଲି ବିରୋଧୀ କଂଗ୍ରେସ ଦାବି କରୁଥିବା ବେଳେ ବିଜେପି କହିଛି କଂଗ୍ରେସ କରୁଛି ଶସ୍ତା ରାଜନୀତି । ନବ ନିର୍ମିତ ଅତ୍ୟାଧୁନିକ ସଂସଦ ଭବନ ଉଦଘାଟନକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ । ଗଣତନ୍ତ୍ରର ଏହି ପବିତ୍ର ମନ୍ଦିର ଉଦଘାଟନକୁ ନେଇ ବିରୋଧୀ ଓ ଶାସକ ମଧ୍ୟରେ ଚାଲିଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି କଂଗ୍ରେସ ଅଯଥା ରାଜନୀତି କରୁଛି ।

ସବୁ କଥାରେ ବିବାଦ ସୃଷ୍ଟି କରିବା କଂଗ୍ରେସର ଅଭ୍ୟାସ । ରାଷ୍ଟ୍ରପତି ଦେଶର ମୁଖ୍ୟ । କିନ୍ତୁ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ମୁଖ୍ୟ । ସରକାରଙ୍କ ତରଫରୁ ସଂସଦର ନେତୃତ୍ୱ ନେଉଛନ୍ତି । ରାଷ୍ଟ୍ରପତି ଲୋକସଭା କି ରାଜ୍ୟସଭାର ସଦସ୍ୟ ନୁହଁନ୍ତି । ପ୍ରଧାନମନ୍ତ୍ରୀ ଲୋକସଭାର ସଦସ୍ୟ । ରାଷ୍ଟ୍ରପତିଙ୍କ ବଦଳରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ପୁରୀ ଟୁଇଟ କରିଛନ୍ତି । ବିଜେପିର ସଫେଇ କଂଗ୍ରେସକୁ ସନ୍ତୁଷ୍ଟ କରିପାରି ନାହିଁ । ବରିଷ୍ଠ କଂଗ୍ରେସ ନେତା ମନୀଷ ତିୱାରୀ କହିଛନ୍ତି କେନ୍ଦ୍ରମନ୍ତ୍ରୀ ସମ୍ବିଧାନ ପଢିବା ଉଚିତ ।

ସମ୍ବିଧାନର ୭୯ ଧାରାକୁ ଦର୍ଶାଇ ମନୀଷ କହିଛନ୍ତି “ୟୁନିୟନ ପାଇଁ ଏକ ସଂସଦ ହେବ ଯେଉଁଥିରେ ରାଷ୍ଟ୍ରପତି ଏବଂ ଦୁଇଟି ଗୃହ ଗଠିତ ହେବ । ଯାହା ରାଜ୍ୟ ପରିଷଦ ଏବଂ ଲୋକସଭା ଭାବରେ ଜଣାଶୁଣା। ବିଜେପି ସମ୍ବିଧାନକୁ ଅତି ସତର୍କତାର ସହିତ ପାଠ କରିବାକୁ ମନିଷ ପରାମର୍ଶ ଦେଇଛନ୍ତି । ନୂତନ ସଂସଦ ଭବନ ନିର୍ମାଣ ଶେଷ । ଅପେକ୍ଷା ଉଦଘାଟନକୁ । ଏହି ଭବ୍ୟ ସୌଧ ନିର୍ମାଣରେ ରାଜନୀତି ଜୋର ଧରିଥିବା ବେଳେ କିଏ ଉଦଘାଟନ କରୁଛନ୍ତି ଦେଶବାସୀ କରିଛନ୍ତି ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା