Masthead

ସିଏମଓରୁ ଫାଇଲ ଗାଏବ; କାହିଁକି ସିବିଆଇ-କ୍ରାଇମବ୍ରାଞ୍ଚ ନୁହେଁ, ପାରିବ ତ ପୋଲିସ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସିଏମଓରୁ ଫାଇଲ ହଜିବା ଘଟଣା । ପୂରିବାକୁ ବସିଲାଣି ଦେଢମାସରୁ ଅଧିକ ସମୟ । ନୂଆ ମୋଡ ନେବାରେ ଲାଗିଛି ତଦନ୍ତ । ଥାନାକୁ ଟଣା ହେବାରେ ଲାଗିଛନ୍ତି ନବୀନ ସରକାର ସମୟର ସିଏମଓ । ହେଲେ କେବେ ଖୁଲାସା ହେବ? କେବେ ଘଟଣାର ସତ୍ୟାସତ୍ୟ ଆସିବ? ଦକ୍ଷତାର ସହ ତଦନ୍ତ କରିପାରିବ ତ ପୋଲିସ? ବଡ଼ ଘଟଣାରେ ଛୋଟ ବିଭାଗକୁ ନେଇ ସାଧାରଣରେ ପ୍ରଶ୍ନ । ହୁଏତ ପୋଲିସ ତଦନ୍ତ ଆରମ୍ଭ ଦିନଠାରୁ ବଡ଼ ବଡ଼ ସ୍ଥାନରେ ଚଳାଇଛି ଛାନଭିନ୍ନ । ତା ସହ ବଡ଼ÿପଣ୍ଡା ମାନଙ୍କୁ କଲାଣି ଜେରା । ଏହାରି ଭିତରେ ଦୁଇ ପୂର୍ବତନ ଆଇଏଏସଙ୍କୁ ହାଜର ହେବାକୁ ସମନ୍ କରିଛି । ସମନ୍ ପାଇ ତତକôାଳୀନ ଆଇଟି ସଚିବ ମନୋଜ ମିଶ୍ର କ୍ୟାପିଟାଲ ଥାନା ହାଜିର ପକାଇଛନ୍ତି । ଆଉ ମନୋଜଙ୍କୁ ଦୀର୍ଘ ସମୟ ଧରି ପୋଲିସ କରିଛି ପଚରାଉଚରା । କିନ୍ତୁ ଏଥିରେ କେତେ ସଫଳତା ହାସଲ କରିପାରିବ ପୋଲିସ? କାହିଁକି ନାଁ ରାଜ୍ୟରେ ଘଟିଆସୁଥିବା ଅନ୍ୟ ସଙ୍ଗୀନ ଘଟଣା ଗୁଡିକରେ ସରକାର କ୍ରାଇମବ୍ରାଞ୍ଚ , ସିବିଆଇ ଏବଂ ନ୍ୟାୟିକ ତଦନ୍ତ ଦେଇଆସୁଛନ୍ତି ।

ହେଲେ ରାଜ୍ୟର ମୁଖ୍ୟ ଦପ୍ତରରୁ ଫାଇଲ ହଜିବା ଘଟଣାରେ କାହିଁକି ପୋଲିସ ଭରଷା? ଏମିତିରେ ବି ଓଡ଼ିଶା ପୋଲିସର ତଦନ୍ତ କ୍ଷେତ୍ରରେ ଦକ୍ଷତାକୁ ନେଇ ପ୍ରଶ୍ନ ରହିଛି । ଆଉ ଏହି ଘଟଣାରେ ଯଦି ଟିକେ ଏପଟ ସେପଟ ହୁଏ କିମ୍ବା ପୋଲିସର ତଦନ୍ତ ପ୍ରକ୍ରିୟାରେ ଦୋଷୀମାନେ ଖସିଯିବାରେ ସଫଳ ହୁଅନ୍ତି ତେବେ ବଡ଼ ଭୁଲ କରିବସିବେ ନି ତ ସରକାର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଗାଏବ ହେବା ଘଟଣାରେ ଯେ ଛୋଟମୋଟ ବ୍ୟକ୍ତି ଥିବେ ତାହା କେବେ ବି ନୁହେଁ । ଏହି ଘଟଣାରେ ପାୱାର କରିଡର ଲୋକଙ୍କ ସମ୍ପୃକ୍ତି ଥିବା ପୂରା ସ୍ପଷ୍ଟ । ତେବେ ଏଠାରେ କାହିଁକି ଅନ୍ୟ ତଦନ୍ତକାରୀ ସଂସ୍ଥାକୁ ଏବେ ଯାଏଁ ମାମଲା ହସ୍ତାନ୍ତର କରାଯାଇନାହିଁ ତାହା ଆଲୋଡନ ସୃଷ୍ଟି କରିଛି । ଯେହେତୁ ପୋଲିସର ତଦନ୍ତ ସମୟରେ ଗୋଟେ ପରିଧି ରହିଥାଏ । ତଦନ୍ତ ସମୟରେ ପୋଲିସକୁ ବିଭିନ୍ନ କାର୍ଯ୍ୟ କରିବା ପୂର୍ବରୁ କଟକଣା ମୁକ୍ତ ହେବା ପାଇଁ ଅନୁମତି ଆବଶ୍ୟକ ପଡିଥାଏ ।

ଥାନାର ଚାପ ମଧ୍ୟ ପୋଲିସ ଉପରେ ରହିଥାଏ । ଏତେ ସବୁ ପରେ କିପରି ଘଟଣାରେ ନିଜର ଦକ୍ଷତାର ସହ କାର୍ଯ୍ୟ କରିପାରିବେ ପୋଲିସ ଅଫିସର । ଯଦି ଏହି ଘଟଣାଟି ଅନ୍ୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଏ ତେବେ ଫଳାଫଳ କିଛି ଭିନ୍ନ ହୁଏତ ଆସିପାରନ୍ତି । କାହିଁକି ନା ତାଙ୍କ ନିକଟରେ ପୋଲିସ ଠାରୁ ଅଧିକ ଦକ୍ଷଶୀଳ ଅଧିକାରୀ ରହିଛନ୍ତି । ସେମାନଙ୍କୁ ତଦନ୍ତ ସମୟରେ ଅନୁମତିର ଆବଶ୍ୟକତା ଲୋଡା ନଥାଏ ଏବଂ ଯେଉଁଠି ଚାହିଁଲେ ଛାପା ମାରିବା ହେଉ ଅବା ଯାହାକୁ ଚାହିଁଲେ ପ୍ରଶ୍ନ କରିବା ସହ ନିଜ ହେପାଜତକୁ ନେବାର କ୍ଷମତା ରହିଛି । କିନ୍ତୁ ପୋଲିସକୁ ଉପରିସ୍ଥ ଅଧିକାରୀଙ୍କ ଠାରୁ ଅନୁମତି ପାଇଁ ଅପେକ୍ଷା କରିବାକୁ ପଡେ । ତେବେ ଫାଇଲ ହଜିବା ଘଟଣା ସାମ୍ନାକୁ ଆସିବାର ଦେଢମାସରୁ ଅଧିକ ସମୟ ପୁରିବାକୁ ବସିଛି କିନ୍ତୁ ସେଭଳି କିଛି ଘଟଣା ସମ୍ବନ୍ଧରେ ବଡ଼ ଖୁଲାସା ହୋଇପାରିନି । ଯାହାକୁ ନେଇ ଏପରି ଅନେକ ପ୍ରଶ୍ନ ସମସ୍ତଙ୍କ ଭିତରେ ଉଙ୍କି ମାରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସିଏମଓରୁ ଫାଇଲ ଗାଏବ; କାହିଁକି ସିବିଆଇ-କ୍ରାଇମବ୍ରାଞ୍ଚ ନୁହେଁ, ପାରିବ ତ ପୋଲିସ? 🔴 ୪ ଅନ୍ତେବାସୀଙ୍କୁ ନିର୍ଘାତ ମାଡ଼, ଥାନାରେ ଅଭିଯୋଗ 🔴 ହସ୍ପିଟାଲରେ ସୋନମ୍ ୱାଙ୍ଗଚୁକ୍ , ଉଠାଇ ନେଲା ପୋଲିସ୍ 🔴 ୭୫ ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ୭ ସାମିଲ 🔴 ଦାରିଦ୍ର୍ୟତା ପାଇଁ ପୁଅ କୁ ହାଣି ମାରିଲା ବାପା 🔴 ନୀଳ ଜଳରାଶିରେ ମହାପ୍ରଭୁଙ୍କ ରଥଯାତ୍ରା 🔴 ବହୁ ପ୍ରତୀକ୍ଷିତ ମୁହୁର୍ତ୍ତର ଘଟିଲା ଅବସାନ, ଗୁଣ୍ଡିଚାରେ ପହଞ୍ଚିଲା ନନ୍ଦିଘୋଷ ରଥ 🔴 ବିବାଦ ଭିତରେ ବଡ଼ ସଫଳତା ହାସଲ କଲେ ନିଟ୍ ଛାତ୍ରଛାତ୍ରୀ 🔴 ଜଗା.. କଣ ହୋଇଛି ତୋର,ରାଗିଛୁ ନା ଅଭିମାନ କରିଛୁ ….? 🔴 ସୁପ୍ରିମକୋର୍ଟଙ୍କ ବଡ ଶୁଣାଣି, ପଞ୍ଚମ କିମ୍ବା ଷଷ୍ଠ ଶ୍ରେଣୀରୁ ତୃତୀୟ ଭାଷା ଆରମ୍ଭ କରି ନବମ ଶ୍ରେଣୀ ପୂର୍ବରୁ ଶେଷ କରିବାକୁ ପରାମର୍ଶ 🔴 ସିଏମଓରୁ ଫାଇଲ ଗାଏବ; କାହିଁକି ସିବିଆଇ-କ୍ରାଇମବ୍ରାଞ୍ଚ ନୁହେଁ, ପାରିବ ତ ପୋଲିସ? 🔴 ୪ ଅନ୍ତେବାସୀଙ୍କୁ ନିର୍ଘାତ ମାଡ଼, ଥାନାରେ ଅଭିଯୋଗ 🔴 ହସ୍ପିଟାଲରେ ସୋନମ୍ ୱାଙ୍ଗଚୁକ୍ , ଉଠାଇ ନେଲା ପୋଲିସ୍ 🔴 ୭୫ ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ୭ ସାମିଲ 🔴 ଦାରିଦ୍ର୍ୟତା ପାଇଁ ପୁଅ କୁ ହାଣି ମାରିଲା ବାପା 🔴 ନୀଳ ଜଳରାଶିରେ ମହାପ୍ରଭୁଙ୍କ ରଥଯାତ୍ରା 🔴 ବହୁ ପ୍ରତୀକ୍ଷିତ ମୁହୁର୍ତ୍ତର ଘଟିଲା ଅବସାନ, ଗୁଣ୍ଡିଚାରେ ପହଞ୍ଚିଲା ନନ୍ଦିଘୋଷ ରଥ 🔴 ବିବାଦ ଭିତରେ ବଡ଼ ସଫଳତା ହାସଲ କଲେ ନିଟ୍ ଛାତ୍ରଛାତ୍ରୀ 🔴 ଜଗା.. କଣ ହୋଇଛି ତୋର,ରାଗିଛୁ ନା ଅଭିମାନ କରିଛୁ ….? 🔴 ସୁପ୍ରିମକୋର୍ଟଙ୍କ ବଡ ଶୁଣାଣି, ପଞ୍ଚମ କିମ୍ବା ଷଷ୍ଠ ଶ୍ରେଣୀରୁ ତୃତୀୟ ଭାଷା ଆରମ୍ଭ କରି ନବମ ଶ୍ରେଣୀ ପୂର୍ବରୁ ଶେଷ କରିବାକୁ ପରାମର୍ଶ