ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜି -୨୦ ଶିଖର ସମ୍ମିଳନୀରେ ଦିଲ୍ଲୀ ଆସିଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଗସ୍ତ ପରେ ଭିଏତନାମରେ ପହଞ୍ଚିଛନ୍ତି। ସେଠାରେ ବାଇଡେନ ଏକ ବିବୃତ୍ତିରେ କହିଛନ୍ତି ଯେ ସେ ପିଏମ ମୋଦିଙ୍କ ସହ ମାନବିକ ଅଧିକାର ଏବଂ ସ୍ୱତନ୍ତ୍ର ପ୍ରେସ ବିଷୟରେ କଥା ହୋଇଛି । ଯାହାକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏହା ଉପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପିଏମ ମୋଦିଙ୍କ ଉପରେ ଏକ ବୟାନ ଦେଇଛନ୍ତି ।
Mr. Modi saying to Mr. Biden — “Na Press Conference karoonga,
Na karne doonga” has had no impact.Mr. Biden is saying the same things in Vietnam which he said to Mr. Modi’s face in India — on respecting human rights, the role of civil society and free press. pic.twitter.com/08WthcKdUC
— Jairam Ramesh (@Jairam_Ramesh) September 10, 2023
ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ବାଇଡେନଙ୍କୁ କହିଥିଲେ ଯେ ସେ ସାମ୍ବାଦିକ ସମ୍ମିଳନୀ କରିବେ ନାହିଁ କିମ୍ବା ଏହାକୁ ଆୟୋଜନ କରିବାକୁ ଦେବେ ନାହିଁ।’ । କିନ୍ତୁ ଏହାର କୌଣସି ପ୍ରଭାବ ପଡି ନାହିଁ ବୋଲି ସେ କହିଛନ୍ତି। ଜୟରାମ ରମେଶ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଟିମକୁ ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ଗଣମାଧ୍ୟମ ସହିତ କଥାବାର୍ତ୍ତା କରିବାକୁ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସାକ୍ଷାତ ବିଷୟରେ ଉତ୍ତର ଦେବାକୁ ଅନୁମତି ଦିଆଯାଇ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଆଶ୍ଚର୍ଯ୍ୟଜନକ ନୁହେଁ କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନରେ ଗଣତନ୍ତ୍ର ଏହିପରି କାର୍ଯ୍ୟ କରେ।