Masthead

“ଘୃଣା ବଜାର ଭିତରେ ପ୍ରେମର ଦୋକାନ”

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ):   କର୍ଣ୍ଣାଟକରେ କଂଗ୍ରେସ ରାଜ । ଆଜି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା । ଆଜିର ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବିଭିନ୍ନ ନେତାଙ୍କ ସହ ପ୍ରମୁଖ ବିରୋଧୀ ଦଳ ନେତାମାନଙ୍କୁ ଦେଖିବାକୁ ମିଳିଛି । ଶପଥ ଗ୍ରହଣ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି କି, ଆଗାମୀ ୨ ଘଣ୍ଟା ମଧ୍ୟରେ କର୍ଣ୍ଣାଟକ ଜନତାଙ୍କୁ କଂଗ୍ରେସ ଦେଇଥିବା ୫ଟି ମୁଖ୍ୟ ପ୍ରତିଶ୍ରୁତି ଆଇନରେ ପରିଣତ ହେବାକୁ ଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଆମେ ଯାହା କହିଥାଉ ତାହା କାମରେ କରି ଦେଖାଉ । ଏହାସହ ଭାରତ ଯୋଡ ଯାତ୍ରା ବେଳେ ରାହୁଲ ଗାନ୍ଧୀ କହିଥିଲେ କି ଘୃଣାର ବଜାର ବନ୍ଦ ହେବ ଓ ପ୍ରେମର ଦୋକାନ ଖୋଲିବ । ତାହା ଆଜି ବି ସେ ଦୋହରାଇଛନ୍ତି । ସେ କହିଛନ୍ତି ଘୃଣାର ବଜାର ଭିତରେ ଲକ୍ଷ ଲକ୍ଷ ପ୍ରେମର ଦୋକାନ ଆଜି କର୍ଣ୍ଣାଟକରେ ଖୋଲିଛି । ରାହୁଲ ଗାନ୍ଧୀ ଆହୁରି କହିଛନ୍ତି କର୍ଣ୍ଣାଟକ ଜନତାଙ୍କୁ ମୋ ତରଫରୁ ଓ କଂଗ୍ରେସ ପାର୍ଟି ତରଫରୁ ହୃଦୟରୁ ଅଭିନନ୍ଦନ । ଗତ ୫ବର୍ଷ ମଧ୍ୟରେ କର୍ଣ୍ଣାଟକବାସୀ ଯେଉଁସବୁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି ତାହା ଜନତା ଓ ଆମେ ଜାଣିଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ