ଆକ୍ସନ ମୋଡରେ ପୋଲିସ

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀ ସହରକୁ ଅପରାଧ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ପୁରୀ ଏସପି କେ ବିଶାଳ ସିଂଙ୍କ ନିର୍ଦ୍ଦେଶରେ ସିଟି ଡିଏସପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୋଲିସ ଟିମ ଗଠନ କରାଯାଇଛି । ସହରର ବିଭିନ୍ନ ଅପରାଧରେ ଜଡିତ ଥିବା ହାର୍ଡକୋର କ୍ରିମିନାଲଙ୍କ ଉପରେ ଚଢାଉ କରାଯାଇଛି । ସ୍ୱତନ୍ତ୍ର ଚଢାଉ ଅଭିଯାନରେ ପୁରୀ ପୋଲିସ ୧୮ ଜଣ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କଠୁ ବିଭିନ୍ନ ମାରଣାସ୍ତ୍ର, ଲଙ୍କାଗୁଣ୍ଡ ପୋଲିସ ଜବତ କରିଛି ।

ଅପରାଧୀମାନ ଦାଦାବଟି, ହତ୍ୟାକାଣ୍ଡ ଭଳି ସଙ୍ଗୀନ ଅପରାଧରେ ଜଡିତ ଥିବା ବିଭିନ୍ନ ଥାନାରେ ଅଭିଯୋଗ ରହିଛି । ପୁରୀ ପୋଲିସ ଅପରାଧୀଙ୍କ ପ୍ରତି ଜିରୋ ଟୋଲେରାନ୍ସ ନୀତି ଆରମ୍ଭ କରିଛି । ଆଗାମୀ ଦିନରେ ଆହୁରି ଚଢାଉ କରାଯାଇ ଅପରାଧୀଙ୍କୁ ଜେଲ ପଠାଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି । ପୁରୀ ପୋଲିସ ପକ୍ଷରୁ ସୋସିଆଲ ମିଡିଆରେ ପୁରୀ ଏସପି ଓ ସିଟି ଡିଏସପିଙ୍କ ନମ୍ବର ଦିଆଯାଇଛି । କୌଣସି ଅପରାଧୀ ବିଷୟରେ ଲୋକମାନେ ସିଧାସଳଖ ଅଭିଯୋଗ କରିପାରିବେ । ସେମାନଙ୍କ ପରିଚୟ ଗୋପନ ରଖାଯିବ । ସୂଚନାକୁ ନେଇ ପୋଲିସ ପକ୍ଷରୁ ପୁରସ୍କାର ଦିଆଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’