ଆମକୁ ବିରୋଧ କର କିନ୍ତୁ ଭାରତୀୟ ସେନାର ଅପାମାନ କର ନାହିଁ: ପୱନ ଖେଡା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ମଣିପୁରରେ ହୋଇଥିବା ହିଂସାକୁ ନେଇ ସଂସଦରେ ବିରୋଧୀମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହି ପ୍ରସଙ୍ଗରେ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ଦାବି ମଧ୍ୟ କରିଥିଲେ । ତେବେ ମଣିପୁରରେ ହୋଇଥିବା ହିଂସା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ଭାଷଣ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦରେ ଦେଇଥିବା ଅଭିଭାଷଣକୁ ବିରୋଧ କରି କଂଗ୍ରେସ ମିଡିଆ ସେଲ ମୁଖ୍ୟ ପୱନ ଖେଡା ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ।

https://twitter.com/Pawankhera/status/1690351955917541378?s=20

ପୱନ ଖେଡା କହିଛନ୍ତି ଯେ ଗତ ଦୁଇ ଦିନ ଧରି ବିଜେପି ନେତାମାନେ କ୍ରମାଗତ ଭାବରେ ଭାରତୀୟ ସେନାକୁ ଅପମାନ କରୁଛନ୍ତି। ବିଜେପି ଆଖିରେ ଆମର ସେନା କ’ଣ ହିଂସାତ୍ମକ ସେନା କି? ଯିଏ ସାଧାରଣ ଲୋକଙ୍କ ହତ୍ୟା କରୁଛନ୍ତି । ବିଜେପିକୁ ଟାର୍ଗେଟ କରି ପୱନ ଖେଡା କହିଛନ୍ତି ଯେ ୧୯୫୬ ପରଠାରୁ ୪୯ ଥର ଭାରତୀୟ ସେନା ବିଶ୍ୱର ଅନେକ ଦେଶରେ ଶାନ୍ତି ପ୍ରତିଷ୍ଠା କରିଛି ବୋଲି ବିଜେପି କ’ଣ ଜାଣେ ନାହିଁ। ଦଙ୍ଗାରେ ସେନାର ପତାକା ମାର୍ଚ୍ଚ ଦ୍ୱାରା ଶାନ୍ତି ପ୍ରତିଷ୍ଠା ହୁଏ, ସେନାର ଏହି ସାମର୍ଥ୍ୟ ଉପରେ ବିଜେପିର କୌଣସି ସନ୍ଦେହ ଅଛି କି? ସେ କହିଛନ୍ତି ଆମକୁ ବିରୋଧ କର କିନ୍ତୁ ଭାରତୀୟ ସେନାର ଅପାମାନ କର ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’