Masthead

ଆମକୁ ବିରୋଧ କର କିନ୍ତୁ ଭାରତୀୟ ସେନାର ଅପାମାନ କର ନାହିଁ: ପୱନ ଖେଡା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ମଣିପୁରରେ ହୋଇଥିବା ହିଂସାକୁ ନେଇ ସଂସଦରେ ବିରୋଧୀମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହି ପ୍ରସଙ୍ଗରେ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ଦାବି ମଧ୍ୟ କରିଥିଲେ । ତେବେ ମଣିପୁରରେ ହୋଇଥିବା ହିଂସା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ଭାଷଣ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦରେ ଦେଇଥିବା ଅଭିଭାଷଣକୁ ବିରୋଧ କରି କଂଗ୍ରେସ ମିଡିଆ ସେଲ ମୁଖ୍ୟ ପୱନ ଖେଡା ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ।

https://twitter.com/Pawankhera/status/1690351955917541378?s=20

ପୱନ ଖେଡା କହିଛନ୍ତି ଯେ ଗତ ଦୁଇ ଦିନ ଧରି ବିଜେପି ନେତାମାନେ କ୍ରମାଗତ ଭାବରେ ଭାରତୀୟ ସେନାକୁ ଅପମାନ କରୁଛନ୍ତି। ବିଜେପି ଆଖିରେ ଆମର ସେନା କ’ଣ ହିଂସାତ୍ମକ ସେନା କି? ଯିଏ ସାଧାରଣ ଲୋକଙ୍କ ହତ୍ୟା କରୁଛନ୍ତି । ବିଜେପିକୁ ଟାର୍ଗେଟ କରି ପୱନ ଖେଡା କହିଛନ୍ତି ଯେ ୧୯୫୬ ପରଠାରୁ ୪୯ ଥର ଭାରତୀୟ ସେନା ବିଶ୍ୱର ଅନେକ ଦେଶରେ ଶାନ୍ତି ପ୍ରତିଷ୍ଠା କରିଛି ବୋଲି ବିଜେପି କ’ଣ ଜାଣେ ନାହିଁ। ଦଙ୍ଗାରେ ସେନାର ପତାକା ମାର୍ଚ୍ଚ ଦ୍ୱାରା ଶାନ୍ତି ପ୍ରତିଷ୍ଠା ହୁଏ, ସେନାର ଏହି ସାମର୍ଥ୍ୟ ଉପରେ ବିଜେପିର କୌଣସି ସନ୍ଦେହ ଅଛି କି? ସେ କହିଛନ୍ତି ଆମକୁ ବିରୋଧ କର କିନ୍ତୁ ଭାରତୀୟ ସେନାର ଅପାମାନ କର ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର