‘ଦେଶ ପାଇଁ ଦାନ’ ଅଭିଯାନ ଆରମ୍ଭ କଲା କଂଗ୍ରେସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକସଭା ନିର୍ବାଚନ ପୂର୍ବରୁ ଦେଶ ପାଇଁ ଦାନ ଅଭିଯାନ ଆରମ୍ଭ କରିଛି କଂଗ୍ରେସ । କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଅଭିଯାନରେ କହିଛନ୍ତି ପ୍ରଥମ ଥର ପାଇଁ ଦେଶ ପାଇଁ ଦାନ ଦେବାକୁ କଂଗ୍ରେସ କହିଛି। ଦେଶରେ ସ୍ବାଧୀନତା ଆଣିବା ପାଇଁ ମହାତ୍ମା ଗାନ୍ଧୀ ମଧ୍ୟ ଲୋକଙ୍କଠାରୁ ଦାନ ନେଇଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସହିତ ଲଢ଼େଇ କରିବା ପାଇଁ କଂଗ୍ରେସ ଦଳ ଏକ ଦାନ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି। ଚାନ୍ଦା ପ୍ରକ୍ରିୟାକୁ ସୁଗମ କରିବା ପାଇଁ କଂଗ୍ରେସ ପାର୍ଟି ଅନେକ ସୁବିଧା ଉପଲବ୍ଧ କରାଇଛି।

ଆଗ୍ରହୀ ଦାତା ୱେବସାଇଟ http://donateinc.inପରିଦର୍ଶନ କରିପାରିବେ କିମ୍ବା http://inc.in ମାଧ୍ୟମରେ ଟଙ୍କା ଦାନ କରିପାରିବେ। ଖାଲି ସେତିକି ନୁହେଁ ନେଟ ବ୍ୟାଙ୍କିଙ୍ଗ, ୟୁପିଆଇ, ଆରଟିଜିଏସ, ଏନଇଏଫଟି କିମ୍ବା କ୍ୟୁଆର କୋଡ ସ୍କାନ କରିବା ଊପରେ ଦଳ ଜୋର ଦେଇଛି। ତେବେ ଦାତାମାନେ ଭାରତୀୟ ନାଗରିକ ଏବଂ ସେମାନଙ୍କର ବୟସ ୧୮ ବର୍ଷରୁ ଅଧିକ ହେବା ଆବଶ୍ୟକ। ଦଳ ପକ୍ଷରୁ ସାଧାରଣ ଲୋକଙ୍କ ଦାନ ସହାୟତା ଲୋଡିଛି।

ଦଳର ୧୩୮ ବର୍ଷର ଏକ ସମୃଦ୍ଧ ଇତିହାସ ସହିତ, ଦଳ ବ୍ୟକ୍ତିବିଶେଷଙ୍କୁ ସହଯୋଗ କରିବାକୁ ଉତ୍ସାହିତ କରୁଛି। ଲୋକେ ୧୩୮,୧୩୮୦, ୧୩୮୦୦, ୧୩୮୦୦୦ ଟଙ୍କା ଦାନ କରିପାରିବେ। ଏହି ଅଭିଯାନ ଦ୍ୱାରା କଂଗ୍ରେସ ଲୋକଙ୍କ ନିକଟତର ହେବାର ଲକ୍ଷ୍ୟ ରଖିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ