Masthead

‘ଦେଶ ପାଇଁ ଦାନ’ ଅଭିଯାନ ଆରମ୍ଭ କଲା କଂଗ୍ରେସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକସଭା ନିର୍ବାଚନ ପୂର୍ବରୁ ଦେଶ ପାଇଁ ଦାନ ଅଭିଯାନ ଆରମ୍ଭ କରିଛି କଂଗ୍ରେସ । କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଅଭିଯାନରେ କହିଛନ୍ତି ପ୍ରଥମ ଥର ପାଇଁ ଦେଶ ପାଇଁ ଦାନ ଦେବାକୁ କଂଗ୍ରେସ କହିଛି। ଦେଶରେ ସ୍ବାଧୀନତା ଆଣିବା ପାଇଁ ମହାତ୍ମା ଗାନ୍ଧୀ ମଧ୍ୟ ଲୋକଙ୍କଠାରୁ ଦାନ ନେଇଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସହିତ ଲଢ଼େଇ କରିବା ପାଇଁ କଂଗ୍ରେସ ଦଳ ଏକ ଦାନ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି। ଚାନ୍ଦା ପ୍ରକ୍ରିୟାକୁ ସୁଗମ କରିବା ପାଇଁ କଂଗ୍ରେସ ପାର୍ଟି ଅନେକ ସୁବିଧା ଉପଲବ୍ଧ କରାଇଛି।

ଆଗ୍ରହୀ ଦାତା ୱେବସାଇଟ http://donateinc.inପରିଦର୍ଶନ କରିପାରିବେ କିମ୍ବା http://inc.in ମାଧ୍ୟମରେ ଟଙ୍କା ଦାନ କରିପାରିବେ। ଖାଲି ସେତିକି ନୁହେଁ ନେଟ ବ୍ୟାଙ୍କିଙ୍ଗ, ୟୁପିଆଇ, ଆରଟିଜିଏସ, ଏନଇଏଫଟି କିମ୍ବା କ୍ୟୁଆର କୋଡ ସ୍କାନ କରିବା ଊପରେ ଦଳ ଜୋର ଦେଇଛି। ତେବେ ଦାତାମାନେ ଭାରତୀୟ ନାଗରିକ ଏବଂ ସେମାନଙ୍କର ବୟସ ୧୮ ବର୍ଷରୁ ଅଧିକ ହେବା ଆବଶ୍ୟକ। ଦଳ ପକ୍ଷରୁ ସାଧାରଣ ଲୋକଙ୍କ ଦାନ ସହାୟତା ଲୋଡିଛି।

ଦଳର ୧୩୮ ବର୍ଷର ଏକ ସମୃଦ୍ଧ ଇତିହାସ ସହିତ, ଦଳ ବ୍ୟକ୍ତିବିଶେଷଙ୍କୁ ସହଯୋଗ କରିବାକୁ ଉତ୍ସାହିତ କରୁଛି। ଲୋକେ ୧୩୮,୧୩୮୦, ୧୩୮୦୦, ୧୩୮୦୦୦ ଟଙ୍କା ଦାନ କରିପାରିବେ। ଏହି ଅଭିଯାନ ଦ୍ୱାରା କଂଗ୍ରେସ ଲୋକଙ୍କ ନିକଟତର ହେବାର ଲକ୍ଷ୍ୟ ରଖିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ