Masthead

ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ମିଳିଲା ହାଇକୋର୍ଟରୁ ଜାମିନ

କଟକ(ବଡ଼ ଖବର ବ୍ୟୁରୋ):  ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ମିଳିଲା ଜାମିନ । ସର୍ତ୍ତମୁଳକ ଜାମିନ ପ୍ରଦାନ କରିଛନ୍ତି ଓଡ଼ିଶା ହାଇାକାର୍ଟ ।୨୦୦୬ ମସିହାରେ ଗୁଣୁପୁର ଥାନାରେ ରୁଜୁ ଏକ ହତ୍ୟା ଉଦ୍ୟମ ମାମଲାରେ ସବ୍ୟସାଚୀଙ୍କୁ ଏହି ଜାମିନ ମିଳିଛି । ୧୬ଜଣ ସାକ୍ଷୀଙ୍କ ବୟାନରେ ଉକ୍ତ ମାମଲାରେ ସବ୍ୟସାଚୀଙ୍କ ସମ୍ପୃକ୍ତି ନଥିବା ନେଇ ପ୍ରମାଣ ଦର୍ଶାଇଥିଲେ ତାଙ୍କ ଓକିଲ । ଏହାପରେ ଉଚ୍ଚ ଅଦାଲତ ତାଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମାମଲାରେ ଜାମିନ ମିଳିଥିଲେ ବି ପୂର୍ବରୁ ତାଙ୍କ ନାଁରେ ଏକାଧିକ ମାମଲା ବିଚାରଧିନ ଥିବାରୁ ସେ ଜେଲରୁ ମୁକୁଳି ପାରିବେ ନାହିଁ । ସୂଚନା ଅନୁଯାୟୀ, ହାଇକୋର୍ଟ ଜଷ୍ଟିସ ଗୌରୀଶଙ୍କର ଶତପଥି ଖଣ୍ଡପୀଠ ଗୁଣୁପୁର ଥାନାରେ ରୁଜୁ ହଥ୍ୟା ଉଦ୍ୟମ ମାମଲାର ଶୁଣାଣି କରି ଜାମିନ ପ୍ରଦାନ କରିଛନ୍ତି । ଆବେଦନାକାରାଙ୍କ ପକ୍ଷରୁ ଆଇନଜୀବୀ ସୁଜାତା ଜେନା ମାମଲା ପରିଚାଳନା କରୁଥିଲେ ।୨୦୧୪ ମସିହାରୁ ଗିରଫ ହୋଇ ଜେଲ୍ରେ ଅଛନ୍ତି ସବ୍ୟସାଚୀ ପଣ୍ଡା । ୨୦୦୮ ନ୍ୟାଗଡ଼ ନକ୍ସଲ ଆକ୍ରମଣ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଭଳି ଜଘନ୍ୟ ଅପରାଧିକ ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସବ୍ୟସାଚୀ ପଣ୍ଡା । ମାଓବାଦୀ ସଂଗଠନରେ ସେ ମାଓ ନେତା ସୁନିଲ ନାମରେ ପରିଚିତ । ୨୦୧୩୪ ଜୁଲାଇ ୧୮ ତାରିଖରେ ବ୍ରହ୍ମପୁରରୁ ଗିରଫ ହୋଇଥିଲେ ସବ୍ୟସାଚୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ