Masthead

ସରିଲା କଂଗ୍ରେସର ବନ୍ଦ ଜାଣନ୍ତୁ କେଉଁଠି କେମିତି ଥିଲା ପ୍ରଭାବ

Prakash Maharatha

ଭୂବନେଶ୍ୱର (ବଡ଼ ଖବର ବ୍ୟୁରୋ): ତୈଳଦର ବୃଦ୍ଧି ସହ ଅନ୍ୟାନ୍ୟ ଦାବି ନେଇ ଆଜି ସାରା ରାଜ୍ୟରେ ୬ଘଣ୍ଟିଆ ବନ୍ଦ ଡାକାରା ଦେଇଥିଲା ରାଜ୍ୟ କଂଗ୍ରେସ । ସକାଳ ୭ଟାରୁ ଦିନ ୧ଘଣ୍ଟିକା ପର୍ଯ୍ୟନ୍ତ ଏହି ବନ୍ଦ ଡାକାରା ଦିଆଯାଇଥିଲା । ଦୋକାନ ବଜାର ଓ ବସ, ଟ୍ରକ ଭଳି ଭାରି ଯାନବାହାନ ଚଳାଚଳ ବନ୍ଦ ଥିବା ବେଳେ ବାଇକ ଓ ଅଟୋକୁ କାଁ ଭାଁ ଦେଖିବାକୁ ମିଳିଥିଲା । ରାଜଧାନୀ ସମେତ ରାଜ୍ୟର ସବୁ ସ୍ଥାନରେ ଅଳ୍ପ ବହୁତେ ବନ୍ଦର ପ୍ରଭାବ ପଡିଥିଲା । ବନ୍ଦକୁ ସଫଳ କରିବା ପାଇଁ ଆଗେଇ ଆସିଥିଲେ ଦଳର ଛାମୁଆ ସଂଗଠନ । ସକାଳ ୭ଟାରୁ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସର କର୍ମୀମାନେ ପିକେଟିଂ କରିବା ସହ ରାସ୍ତାକୁ ଓହ୍ଲାଇ ଆସିଥିଲେ । କେତକ ସ୍ଥାନରେ ଟାୟର ଜାଳି ରାସ୍ତା ଅବରୋଧ ମଧ୍ୟ କରିଥିଲେ । ସକାଳୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଭୂବନେଶ୍ୱର ମାଷ୍ଟର କ୍ୟଣ୍ଟିନ ଠାରେ ପିକେଟିଂ କରିଥିଲେ । ଏହି ସମୟରେ ଜଣେ ଅଟୋଚାଳକଙ୍କୁ କଂଗ୍ରେସ କର୍ମୀ ମାରପିଟ କରିଥିବାର ଅଭିଯୋଗ ହୋଇଥିଲା । ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନେ ବିଧାନସଭା ଆଡକୁ ଧଶେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ବାଟରୁ ପୋଲିସ ତାଙ୍କୁ ଉଠାଇ ନେଇଥିଲା । କର୍ମୀମାନେ ବିନା ହେଲମେଟରେ ଶୋଭାଯାତ୍ରା ବାହାର କରିଥିବାରୁ ସେମାନଙ୍କ ନାଁରେ ଫାଇନ କଟାଯିବ ବୋଲି ମଧ୍ୟ କହିଛନ୍ତି ଭୂବନେଶ୍ୱର ଡିସିପି । ସେପଟେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଭୂବନେଶ୍ୱର ରେଳ ଷ୍ଟେସନ ଭିତରେ ପଶି ଟ୍ରେନ ଅଟକାଇଥିଲେ । ଏକ ଘଣ୍ଟା ପର୍ଯ୍ୟନ୍ତ ରେଳ ରୋକ କରାଯାଇଥିଲା । କଟକରେ ମଧ୍ୟ ସମାନ ଅବସ୍ଥା । ଦଳୀୟ କର୍ମୀ ପିକେଟିଂ କରିବା ସହ ଟ୍ରେନ ଆଟକାଇଥିଲେ । ନବରଙ୍ଗପୁରରେ କଂଗ୍ରେସ କର୍ମୀମାନେ ଶଗଡ ଗାଡିରେ ରାଲି ବାହାର କରି ତୈଳଦର ବୃଦ୍ଧିର ପ୍ରତିବାଦ କରିଥିଲେ । ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରାମେଶ ଜେନା ସାଇକେଲରେ ଶୋଭାଯାତ୍ରା କରି ବନ୍ଦକୁ ସଫଳ କରିବା ପାଇଁ ପିକେଟିଂ କରିଥିଲେ ।

ବନ୍ଦକୁ ଶନ୍ତିପୁର୍ଣ୍ଣ ଭାବେ ପାଳନ କରିବା ପାଇଁ ପିସିସି ସଭାପତି ଆହ୍ୱାନ କରିଥିଲେ ମଧ୍ୟ କେତକ ସ୍ଥାନରୁ ହିଂସାର ଚିତ୍ର ସାମ୍ନାକୁ ଆସିଥିଲା । ରାଜଧାନୀର କେତକ ସ୍ଥାନରେ ବରଯାତ୍ରୀ ଗାଡିକୁ ମଧ୍ୟ କର୍ମୀମାନେ ଅଟକାଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ସେପଟେ ଆଜିର ବନ୍ଦକୁ ସଫଳତା ମିଳିଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜ ପଟ୍ଟନାୟକ । କାଁ ଭାଁ ଗଣ୍ଡୋଗଳ ପାଇଁ ସେ ଦୁଖିଃତ ଥିବା ମଧ୍ୟ କହିଛନ୍ତି । ଏହି ବନ୍ଦର ପ୍ରଭାବ କେନ୍ଦ୍ର ସରକାରଙ୍କ ଉପରେ ପଡିବ ବୋଲି କହିଛି ଶାସକ ବିଜେଡି । ସେପଟେ ବିଜପି କହିଛି କି କଂଗ୍ରେସ ବିପର୍ଯ୍ୟୟକୁ ଲୁଚାଇବା ପାଇଁ ବନ୍ଦ ଡାକରା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ