Before Header

ରାଷ୍ଟ୍ରୀୟ କାର୍ଯ୍ୟସମିତିରୁ ବାଦ ପଡ଼ିଲେ ବରୁଣ ଗାନ୍ଧୀ

0 45

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟସମିତିରୁ ବରୁଣ ଗାନ୍ଧୀଙ୍କୁ ହଟାଯାଇଛି । ତାଙ୍କ ସହ ମେନକା ଗାନ୍ଧୀ, ଚୌଧୁରୀ ବିରେନ୍ଦ୍ର ସିଂହଙ୍କୁ ମଧ୍ୟ ରାଷ୍ଟ୍ରୀୟ କାର୍ଯ୍ୟସମିତୀରୁ ବହିଷ୍କାର କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ନିଜର ଟ୍ୱିଟ ଏବଂ ମନ୍ତବ୍ୟ ପାଇଁ ବରୁଣ ଗାନ୍ଧୀ ବାରମ୍ବାର ଚର୍ଚ୍ଚାରେ ରହିଥାନ୍ତି ।

ଉତ୍ତରପ୍ରଦେଶ ଲଖିମପୁର ଖେରୀ ମାମଲାକୁ ନେଇ ମଧ୍ୟ ସେ ସିଧାସଳଖ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ୟୁପି ସରକାରଙ୍କୁ କହିଥିଲେ । ଏନେଇ ଏକ ଭିଡ଼ିଓ ମଧ୍ୟ ଜାରି କରିଥିଲେ । କୃଷି ଆଇନ ବିରୋଧରେ ଲଗାତାର ପ୍ରଶ୍ନ ଉଠାଉଥିଲେ ବରୁଣ ଗାନ୍ଧୀ ଓ ବିରେନ୍ଦ୍ର ସିଂହ । ହେଲେ ଶେଷରେ ତାଙ୍କୁ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟସମିତୀରୁ ବହିଷ୍କାର କରାଯାଇଛି ।

Leave A Reply

Your email address will not be published.