Masthead

ବିଜେଡି ନେତାଙ୍କ ବିବାଦୀୟ ଚେହେରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଢୁଛି ବିଜେଡି ନେତାଙ୍କ ବିବାଦୀୟ ଚେହେରା । ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ଫୃକ୍ତି । ମହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଏତଲା । ନଦୀବନ୍ଧ ଭାଙ୍ଗିବା ଘଟଣାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନାଁରେ ଭିଜିଲାନ୍ସ ତଦନ୍ତ । ଶେଷରେ ବଲାଙ୍ଗୀର ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତାଙ୍କ ବିରୋଧରେ ରହିଛି ଅପହରଣ ଅଭିଯୋଗ ।

ପ୍ରତାପଙ୍କୁ ଜେରା କେବେ? ପୋଲିସ କାହିଁକି ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ପଚରାଉଚରା କରୁନାହିଁ? ଏତଲାରେ ପ୍ରତାପଙ୍କ ନାଁ ରହିଛି । ତେବେ କଟକ ଗ୍ରାମାଂଚଳ ପୋଲିସ କାହିଁକି ଆଇନମନ୍ତ୍ରୀଙ୍କ ଦେହରେ ହାତମାରି ପାରୁନି । ଆଇନ୍ ମନ୍ତ୍ରୀଙ୍କ ପାଇଁ ଆଇନ୍ ଅଲଗା ବାଟରେ ଯାଉଛି କି? ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ଏଭଳି କିଛି ପ୍ରଶ୍ନ ଉଠୁଛି । ଯାହା ବର୍ତ୍ତମାନ ଶାସନରେ ଥିବା ବିଜେଡିକୁ ଅକଳରେ ପକାଇଛି । ସେପଟେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ସମ୍ପୃକ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ ଚିନ୍ତା ବଢାଉଛି । ବିରୋଧୀ ଯେଭଳି ଭାବେ ଏହି ପ୍ରସଙ୍ଗକୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି, ଆଗକୁ ପ୍ରତାପ ମନ୍ତ୍ରୀ ମଣ୍ଡଳରୁ ବିଦା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ପ୍ରତାପ ମନ୍ତ୍ରୀପଦରୁ ଇସ୍ତଫା ନ ଦେବା ଯାଏ ତଦନ୍ତ ଠିକ ବାଟରେ ଆଗଇବ ନାହିଁ ବୋଲି ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରୁଛନ୍ତି ।

ଅନ୍ୟପଟେ ଦିନକୁ ଦିନ ଶାସକ ବିଜୁ ଜନତା ଦଳ ପାଇଁ ବଢୁଛି ଅଡୁଆ । ପରୀ ଓ ମାହାଙ୍ଗା ଡବଲ ମର୍ଡର ଶାସକ ଦଳର ନେତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । କିଏ ବନ୍ଧ ଭାଙ୍ଗଲାଣି ତ, ଆଉ କାହା ନାଁରେ ଅପହରଣ ଅଭିଯୋଗ । ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନାଁରେ ମାମୁ -ଭଣାଜା ଘାଇ ଭାଙ୍ଗିବା ଅଭିେଯୋଗ । ଲୋକାୟୁକ୍ତ ଏହା ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛି । ଯାହାକୁ ନେଇ ଏବେ ଅଡୁଆରେ ପ୍ରଣବ । ସେପଟେ ଆଦିବାସୀ ଯୁବକ ଶ୍ରୀକର ମିର୍ଦ୍ଦା ଅପହରଣ ଘଟଣାକୁ ନେଇ ବଲାଙ୍ଗୀର ରାଜନୀତି ଜୋର ଧରିଛି । ଜିଲ୍ଲାର ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା ଅପହରଣ କରିଥିବା ଅଭିଯୋଗ ହୋଇଛି । ଯାହାକୁ ଗଣ୍ଠି କରିଛି କଂଗ୍ରେସ । ରାଜେନ୍ଦ୍ରଙ୍କୁ ତୁରନ୍ତ ଗିରଫ କରିବାକୁ ରାଜରାସ୍ତାକୁ ଓହ୍ଲାଇଛି ଦଳ । ଯାହାକୁ ନେଇ ଏବେ ଅକଳରେ ପଡିଛି ବିଜେଡି । ଜଣେ ଆଦିବାସୀ ଯୁବକ ଅପହରଣ ଘଟଣାରେ ବିଜେଡିର ଜିଲ୍ଲା ଯୁବ ସଭାପତିଙ୍କ ନାଁରେ ଅଭିଯୋଗ ଶାସକ ଦଳକୁ ଅଡୁଆରେ ପକାଇଛି ।
ଏସବୁ ଘଟଣାକୁ ନେଇ ହରଡଘଣାରେ ପଡିଛି ବିଜେଡି । ଦଳ ଉପରୁ ରାଜ୍ୟବାସୀ ଆସ୍ଥା ହରାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ