Masthead

୪ ଫୁଟର ମୂର୍ତ୍ତିକୁ ନେଇ କଟକରେ ତୀବ୍ର ହେଉଛି ବିବାଦ

କଟକ (ବଡ଼ ଖବର ବ୍ୟୁରୋ): ତୀବ୍ର ହେଉଛି ମୁର୍ତ୍ତି ବିବାଦ । ମୂର୍ତ୍ତି ଉଚ୍ଚତାକୁ ନେଇ କଟକରେ ପ୍ରତିବାଦ । ପାଖେଇ ଆସୁଛି ପାର୍ବଣ ରୁତୁ । ପୂଜା ପାର୍ବଣକୁ ନେଇ ଭାଇଚାରାର ସହର କଟକ ପ୍ରସ୍ତୁତି ହେଉଥିବା ବେଳେ ଦେଖାଦେଇଛି ମୁର୍ତ୍ତି ବିବାଦ । ମାଙ୍କ ୪ ଫୁଟ୍ ର ମୂର୍ତ୍ତି ନିର୍ମାଣ ଓ ପରଦା ଆଢୁଆଳରେ ପୂଜା କରାଯିବା ନିଷ୍ପତିକୁ ବିରୋଧ କରିଛନ୍ତି ବିଭିନ୍ନ ସଂଗଠନ । ଏ ନେଇ କଳା ପତାକା ଧରି ପ୍ରତିବାଦ କରିଛନ୍ତି ବିଭିନ୍ନ ବିଭିନ୍ନ ସାମଜିକ ସଂଗଠନ। ମୂର୍ତ୍ତି ନିର୍ମାଣକୁ ଆଉ ୫ଦିନ ବାକି ଥିବାରୁ ଆନ୍ଦୋଳନ ତୀବ୍ର ହେଉଛି ।

ଦୀର୍ଘ ୬ଦିନ ଧରି ସହରର ବିଭିନ୍ନ ଜନଗହଳି ସ୍ଥାନରେ କଟକ ସହରର ୪୦ଗୋଟି ସାମାଜିକ ସଂଗଠନ ସହ ବିଭିନ୍ନ ପୂଜା କମିଟିର ସଭାପତି ଓ ସଂପାଦକ ଜାରି ରଖିଛନ୍ତି ପ୍ରତିବାଦ । ଷଷ୍ଠ ଦିନରେ ଗୌରୀଶଙ୍କର ପାର୍କ ଠାରେ କଟକ ଯୁବ ସମାଜ କଳା ପତାକା ଧରି ଆନ୍ଦୋଳନ କରିଛନ୍ତି । କରୋନା ମହାମାରୀ ଆଳରେ ସରକାର ବିଶ୍ବ ପ୍ରସିଦ୍ଧ କଟକ ସହରର ଦଶହରାକୁ ବୁଡେଇ ଦେବାକୁ ବସିଛନ୍ତି ବୋଲି ଅଭିଯୋଗ ହୋଇଛି । ଦୀର୍ଘ ଦୁଇ ବର୍ଷ ହେବ ମାଙ୍କ ୪ ଫୁଟ୍ ର ମୂର୍ତ୍ତି ନିର୍ମାଣ ଓ ପରଦା ଆଢୁଆଳରେ ପୂଜା କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ପୂର୍ବରୁ ମାଙ୍କ ବଡ଼ ମୂର୍ତ୍ତି ନିର୍ମାଣ ହେଉଥିଲା ଆଉ ଭକ୍ତ ମାନେ ମାଙ୍କ ଦର୍ଶନ କରୁଥିଲେ । ସେଭଳି କରାଯିବା ପାଇଁ ସହରବାସୀ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ସଚିବ, ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ପୂର୍ବରୁ ବାରମ୍ବାର ଜଣାଇଥିଲେ । ଗଣେଶ ପୂଜା ଠାରୁ ମୂର୍ତ୍ତି ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ । ମୂର୍ତ୍ତି ନିର୍ମାଣ କାର୍ୟ୍ୟ ଆରମ୍ଭ ହେବାକୁ ଆଉ ମାତ୍ର ୫ଦିନ ବାକି ଥିବାରୁ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ