Masthead

କରୋନା ଗ୍ରାଫ ତଳମୁହାଁ

ନୂଆଦିଲ୍ଲୀ, (ବଡ଼ ଖବର ବ୍ୟୁରୋ): ଦେଶେରେ ନିୟନ୍ତ୍ରଣକୁ ଆସୁଛି କରୋନା । କମୁଛି ମୃତ୍ୟୁ ସଂଖ୍ୟା । ଗତ ଚାରିଦିନ ହେବ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି । ମଙ୍ଗଳବାର ଦେଶରେ ୧୧୨୪ଜଣଙ୍କ ଜୀବନ ଯାଇଥିବା ବେଳେ ବୁଧବାର ୯୮୬ଜଣଙ୍କ ମୃତ୍ୟୁ ହୋଇଥିଲା । ଗୁରବାର ଏହି ସଂଖ୍ୟା ୯୭୧ ଥିବା ବେଳେ ଶୁକ୍ରବାର ୯୬୫ଜଣଙ୍କ ମୁଣ୍ଡ ନେଇଥିଲା ମହାମାରୀ କରୋନା । ତେବେ ଗତ ଚବିଶ ଘଣ୍ଟାରେ ଦେଶରେ ୯୨୬ଜଣଙ୍କ ମୃତ୍ୟୁ ହୋଇଛି ।
ସେପଟେ ଆଜି ଦେଶରେ ଆଉ ୭୩ହଜାର ୨୭୨ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯ଲକ୍ଷ୭୯ହଜାର୪୨୪କୁ ବୃଦ୍ଧି ପାଇଛି । ସେମାଙ୍କ ମଧ୍ୟରୁ ୫୯ଲକ୍ଷ ୮୮ହଜାର ୮୨୨ଜଣ ସୁସ୍ଥ ହୋଇସାରିଛନ୍ତି । ଦେଶରେ ଏବେ ୮ଲକ୍ଷ୮୩ହଜାର୧୮୫ଟି ଆକ୍ଟିଭ କେଶ ରହିଛି । ଆଜିର ମୃତକଙ୍କୁ ମିଶାଇଲେ ଦେଶରେ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୭ହଜାର ୪୧୬କୁ ବୃଦ୍ଧି ପାଇଛି । ଗତ କିଛିଦିନ ହେବ ଦେଶରେ କରୋନା ଗ୍ରାଫ ତଳମୁହାଁ ହେବା ସହ ସୁସ୍ଥ ହାର ମଧ୍ୟ ବଢିବାରେ ଲାଗିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ