Masthead

କରୋନା ଗ୍ରାଫ ତଳମୁହାଁ

ନୂଆଦିଲ୍ଲୀ, (ବଡ଼ ଖବର ବ୍ୟୁରୋ): ଦେଶେରେ ନିୟନ୍ତ୍ରଣକୁ ଆସୁଛି କରୋନା । କମୁଛି ମୃତ୍ୟୁ ସଂଖ୍ୟା । ଗତ ଚାରିଦିନ ହେବ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି । ମଙ୍ଗଳବାର ଦେଶରେ ୧୧୨୪ଜଣଙ୍କ ଜୀବନ ଯାଇଥିବା ବେଳେ ବୁଧବାର ୯୮୬ଜଣଙ୍କ ମୃତ୍ୟୁ ହୋଇଥିଲା । ଗୁରବାର ଏହି ସଂଖ୍ୟା ୯୭୧ ଥିବା ବେଳେ ଶୁକ୍ରବାର ୯୬୫ଜଣଙ୍କ ମୁଣ୍ଡ ନେଇଥିଲା ମହାମାରୀ କରୋନା । ତେବେ ଗତ ଚବିଶ ଘଣ୍ଟାରେ ଦେଶରେ ୯୨୬ଜଣଙ୍କ ମୃତ୍ୟୁ ହୋଇଛି ।
ସେପଟେ ଆଜି ଦେଶରେ ଆଉ ୭୩ହଜାର ୨୭୨ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯ଲକ୍ଷ୭୯ହଜାର୪୨୪କୁ ବୃଦ୍ଧି ପାଇଛି । ସେମାଙ୍କ ମଧ୍ୟରୁ ୫୯ଲକ୍ଷ ୮୮ହଜାର ୮୨୨ଜଣ ସୁସ୍ଥ ହୋଇସାରିଛନ୍ତି । ଦେଶରେ ଏବେ ୮ଲକ୍ଷ୮୩ହଜାର୧୮୫ଟି ଆକ୍ଟିଭ କେଶ ରହିଛି । ଆଜିର ମୃତକଙ୍କୁ ମିଶାଇଲେ ଦେଶରେ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୭ହଜାର ୪୧୬କୁ ବୃଦ୍ଧି ପାଇଛି । ଗତ କିଛିଦିନ ହେବ ଦେଶରେ କରୋନା ଗ୍ରାଫ ତଳମୁହାଁ ହେବା ସହ ସୁସ୍ଥ ହାର ମଧ୍ୟ ବଢିବାରେ ଲାଗିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି