Masthead

ଗୋଡ଼ାଇ ଖାଉଛି ଭୟ

ସୁବର୍ଣ୍ଣପୁର (ବଡ଼ ଖବର ବ୍ୟୁରୋ): ଗରିବ ଓ ଅସହାୟ ଲୋକଙ୍କ ଲାଗି ସରକାର ପ୍ରଣୟନ କରିଛନ୍ତି ଆବାସ ଯୋଜନା । ମାତ୍ର ପ୍ରକୃତ ହିତାଧିକାରୀ ଏହାର ଫାଇଦା ଉଠାଇପାରୁ ନାହାନ୍ତି । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବଘିଆ ପଞ୍ଚାୟତ ଖୁଣ୍ଟବନ୍ଧ ଗାଁରେ ଦେଖିବାକୁ ମିଳିଛି ଏହାର ଜ୍ୱଳନ୍ତ ଉଦାହରଣ । ଦିବ୍ୟାଙ୍ଗ ପରିବାରକୁ ମିଳୁନି ଆବାସ ଯୋଜନା । ଖୁଣ୍ଟବନ୍ଧ ଗାଁର ୫୦ ବର୍ଷୀୟା ପଙ୍କଜିନୀ ହରିପାଳ । ହାତଗୋଡ଼ ପ୍ରାୟ ନାହିଁ କହିଲେ ଚଳେ । ତାଙ୍କର ୪୬ ବର୍ଷୀୟା ସାନଭଉଣୀ ଶକୁନ୍ତଳାଙ୍କ ଆଖିକୁ ଦିଶୁନାହିଁ । ତାଙ୍କ କାନକୁ ମଧ୍ୟ ଶୁଭୁନାହିଁ । ସାନଭଉଣୀ ଓ ୮୦ ବର୍ଷୀୟା ରୋଗୀଣା ବୁଢ଼ୀ ମା’ଙ୍କୁ ନେଇ ପଙ୍କଜିନୀଙ୍କ ପରିବାର । ପରିବାରରେ କେହି ଜଣେ ହେଲେ ବି ପୁରୁଷ ନାହାନ୍ତି । ପଙ୍କଜିନୀଙ୍କ ଉପରେ ରହିଛି ପରିବାରର ବୋଝ । ପଙ୍କଜିନୀ ଗୁରୁଣ୍ଡି ଗୁରୁଣ୍ଡି ମା’ ଭଉଣୀଙ୍କ ସେବା କରିବା ସହ ରୋଷେଇବାସ କରୁଛନ୍ତି ।

ଭଙ୍ଗା ଦରରା କୁଡ଼ିଆରେ ଏମାନଙ୍କ ଜୀବନ ବିତୁଛି । ଭତ୍ତା ଟଙ୍କାରେ ଭାଗ୍ୟକୁ ଆଦରି ଭଙ୍ଗା ଦରରା କୁଡ଼ିଆରେ ପଡ଼ିରହିଛଛନ୍ତି ଏମାନେ । ଚାଳ ଛପରଘରେ ସବୁବେଳେ ରହୁଛି ନିଅାଁର ଭୟ । ପରିବାର ସମସ୍ତେ ଭିନ୍ନକ୍ଷମ ହୋଇଥିବାରୁ ଏହି ଭୟ ସବୁବେଳେ ସେମାନଙ୍କୁୂ ଗୋଡ଼ାଇ ଖାଉଛି । ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ଲାଗି ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଜଣାଇଥିଲେ ସୁଦ୍ଧା ଫଳାଫଳ ଶୂନ । ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ମିଳିଲେ ବାକି ଜୀବନ ଖୁସିରେ କାଟି ଦିଅନ୍ତେ ବୋଲି କହିଛନ୍ତି ପଙ୍କଜିନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ