Masthead

ଉପରାମୁହାଁ କରୋନା ଗ୍ରାଫ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଯାହା ସାରା ଦେଶରେ ଏବେ ଚିନ୍ତା ବଢାଇବାରେ ଲାଗିଛି । ଦେଶରେ କରୋନା ଗ୍ରାଫ ବଢିବାରେ ଲାଗିଛି । ଦେଖାଦେଇଛି କରୋନାର ଦ୍ୱିତୀୟ ଲହର । ଦେଶରେ ୨୪ଘଣ୍ଟାରେ କରୋନାରେ ୧୮୮ ପ୍ରାଣ ହରାଇଥିବାବେଳେ ,୪୦ହଜାର ୯୫୩ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୧୫ଲକ୍ଷ ୫୫ହଜାର ୨୮୪କୁ ବୃଦ୍ଧି ହୋଇଥିବାବେଳେ ୧କୋଟି ୧୧ଲକ୍ଷ ୭ହଜାର ୩୩୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୨ଲକ୍ଷ ୮୮ହଜାର ୩୯୪ ଏବେବି ଚିକିତ୍ସାଧୀନ ଅଛନ୍ତି ।

ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ନଜର ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ ୧ କୋଟି ୧୧ ଲକ୍ଷ ୭ ହଜାର ୩୩୨ ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି ଓ ୨ ଲକ୍ଷ ୮୮ ହଜାର ୩୯୪ ଆକ୍ଟିଭ ମାମଲା ରହିଛି। ଗତ ୨୪ ଘଣ୍ଟାରେ ହୋଇଥିବା ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୫୯ ହଜାର ୫୫୮ରେ ପହଞ୍ଚିଛି।

ଆଇସିଏମଆର ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟାରେ ୧୦ ଲକ୍ଷ ୬୦ ହଜାର ୯୭୧ କରୋନା ଯାଞ୍ଚ ହୋଇଛି। ମହାରାଷ୍ଟ୍ରରେ ଶୁକ୍ରବାର ଦିନ ୨୫ ହଜାର ୬୮୧ ମାମଲା ରେରେକର୍ଡ ହୋଇଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୨୪ ଲକ୍ଷ ୨୨ ହଜାର ୦୨୧ରେ ପହଞ୍ଚିଯାଇଛି। ମୃତକଙ୍କ ସଂଖ୍ୟା ୫୩ ହଜାର ୨୦୮ରେ ପହଞ୍ଚିଛି। ଶୁକ୍ରବାର ଦିନ କେବଳ ମୁମ୍ବାଇରେ ୩ ହଜାର ୬୨ ମାମଲା ରେକର୍ଡ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ