Masthead

ଜାଣନ୍ତୁ.. କେଉଁ ସିଟରେ ପ୍ରାର୍ଥୀ ଫାଇନାଲ କଲା କଂଗ୍ରେସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୪ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି । ଭୋଟ ବ୍ୟାଙ୍କ ବଢାଇବା ଏବଂ ଅଧିକରୁ ଅଧିକ ସିଟ୍ ହାତେଇବା ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛି କଂଗ୍ରେସ । ସିକ୍ରେଟ ମିଟିଂରେ ଫାଇନାଲ ହୋଇଛି ୪୦ ସିଟ୍ । ପୁରା ପ୍ରାର୍ଥୀ ତାଲିକା ଚୂଡାନ୍ତ କରିଛି ରାଜ୍ୟ କଂଗ୍ରେସ । ଏଥର କଂଗ୍ରେସ ଫୋକସରେ ରହିଛି ଅବିଭକ୍ତ ଜିଲ୍ଲା କୋରାପୁଟ । କୋରାପୁଟରେ କିଛି ବିଧାନସଭାର ପ୍ରାର୍ଥୀ ଚୂଡାନ୍ତ କରିଛି । ଓଡ଼ିଶାରୁ ଏକମାତ୍ର କଂଗ୍ରେସ ସାଂସଦ କୋରାପୁଟରୁ ଅଛନ୍ତି ।

ଜୟପୁର ଆସନ ବି କଂଗ୍ରେସ ପାଖରେ ରହିଛି । କୋରାପୁଟରେ କଂଗ୍ରେସ ପାଇଁ ରହିଛି ବଡ଼ ଆଶା । ବାଲେଶ୍ୱରକୁ ମଧ୍ୟ ଫୋକସରେ ରଖିଛି କଂଗ୍ରେସ । ବାଲେଶ୍ୱର ଜିଲ୍ଲା ଭୋଗରାଇ, ବାଲେଶ୍ୱର ସଦରରେ ପ୍ରାର୍ଥୀ ଚୂଡାନ୍ତ କରିଛି । ବସ୍ତା, ଜଳେଶ୍ୱରରେ ବି ଟିକଟ କନଫର୍ମ କରିଛି ପିସିସି । ମାଲକାନଗିରିର ଚିତ୍ରକୋଣ୍ଡା ପାଇଁ ମଧ୍ୟ ବିଧାନସଭା ପ୍ରାର୍ଥୀ ଫାଇନାଲ ହୋଇଛି । କେନ୍ଦ୍ରାପଡ଼ାର ରାଜନଗର, ଆଳି ପାଇଁ ପ୍ରାର୍ଥୀ ଚୂଡାନ୍ତ କରାଯାଇଛି ।

ସେହିଭଳି କଟକ ଜିଲ୍ଲାର ୨ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଫାଇନାଲ କରିଛି । ବାଙ୍କୀ ଓ ମାହାଙ୍ଗାରେ ପ୍ରାର୍ଥୀ ଚୂଡାନ୍ତ କରିଛି ରାଜ୍ୟ କଂଗ୍ରେସ । ଭଦ୍ରକ ଜିଲ୍ଲାର ୩ଟି ଆସନରେ ପ୍ରାର୍ଥୀ ଚୂଡାନ୍ତ ହୋଇଛି । ଭଦ୍ରକ, ଭଣ୍ଡାରୀପୋଖରୀ, ବାସୁଦେବପୁର ପାଇଁ ସିଟ୍ ଫାଇନାଲ ହୋଇଛି । ଗଜପତିର ପାରଳାଖେମୁଣ୍ଡି ଏବଂ ମୋହନା ଆସନ ପାଇଁ ବି ପ୍ରାର୍ଥୀ ଚୂଡାନ୍ତ । ୮ ଷ୍ଟାଣ୍ଡିଂ ବିଧାୟକ ପାଇଁ ବି ପ୍ରାର୍ଥୀ ଚୂଡାନ୍ତ ହୋଇଛି । ବିଧାୟକ ନିଜେ ଲଢିବେ ନ ହେଲେ ସୁପାରିସ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା